ଇ ସବୁ ଝାମେଲାରେ
ନା ମୁଇଁ ଥିଲିଁ, ନା ମୁଇଁ କରିଥିଲିଁ,
ନା ମୁଇଁ ଭଲମଁଦକାଜେ ଆଶ୍ କରିଥିଲିଁ
କି ଥିଲା ନିରାଶା କିଛୁ ମୋରଠାନେ
ଫେରଭି ମକେ ତମେ ମଝାମଝିକେ
ଆନିକରି ନଁଗଲାମୁକଲାକରବାରଥି
ଲାଗିପଡିଛ, ନେଇଁ ବୁଝିପାରବାର
ହେସବୁର ମାନେ।
ତମକେ କେନଟା ଅଜନା?
ହେନ୍ତା ଉଠିବସି ନେଇଁ ପାରୁଥିଲେ ଭି
କିନ୍ଦରେଇଦଉଛ ସବୁ ଘନାଥି।
ଆରୁ ସଭେ ନିଜକେ ଯେଇଛନ୍ ଭୁଲି
ଆରୁ ଅଛନ୍ ତମକେ ଅନସରି।
ଜେ ଜେ ହୋ ତମର, ସକାଲ କେନ୍ତା ଯିବା କଟି।
This poem has not been translated into any other language yet.
I would like to translate this poem
A beautiful poem! Thanks for sharing..10