ସକାଳର ସୂର୍ଯ୍ୟmorning Sun Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସକାଳର ସୂର୍ଯ୍ୟmorning Sun

Rating: 5.0

ତୁମ ପାଟିରୁ ବାହାରୁଥିବା
ଗୋଟି ଗୋଟି ଶବ୍ଦ
ଦେଉଛି କହି
କଣ ସବୁ ଅଛି ତୁମ ଭିତରେ
ଆଉ ଚାଲିଛି କଣ କେତେବେଳେ
ଆଉ ତୁମେ ପାଉଛ କେତେ କଷ୍ଟ।

ଅପେକ୍ଷା କର,
ଆଉ ରଖିଥାଅ ଯାହା ଅଛି ଯେମିତି
ତୁମ ଭିତରେ ରହସ୍ୟ।
ଅବଶ୍ୟ ପାରିବ ଯେତେବେଳେ ବୁଝି
ତୁମଠି ତୁମେ ଆଉ ନ ଥିବ।

ତୁମକୁ ଜଣା କଣ?
ନିଜଠି ନିଜେ ତୁମେ
ହୋଇଛ କି କେବେ ଅବତ୍ତୀର୍ଣ୍ଣ!

ତୁମେ କଣ ଶୁଦ୍ଧପୂତ?
ତୁମେ କଣ ନିର୍ଭୟ?
ନିଜକୁ ନିଜେ ପଚାର
କିଛି କଣ କହିବା ପୂର୍ବରୁ।

ଘଟୁଛି, ଘଟିଯାଉଛି ଯାହାସବୁ,
ସେଥିରେ ହାତ ନାହିଁ,
ନା ତୁମର, ନା ମୋର!
କାହାକୁ କଣ କହି
ବଦଲା ନେବାର ବି
ନାହିଁ ଅଧିକାର।

ସତ କିନ୍ତୁ ଏଇଟା
ଆମେ ଆମକୁ ସୁଧାରି ନେଇ
ଅପେକ୍ଷାରେ ଥିବା ଦେଖିବାକୁ
କେମିତି ଆସୁଛି ଉଠି
ସମସ୍ତ ଆଲୁଅ ଧରି
ଆଗାମୀ ସକାଳର ସୂର୍ଯ୍ୟ।

Tuesday, July 31, 2018
Topic(s) of this poem: light,sun
COMMENTS OF THE POEM
Kumarmani Mahakul 31 July 2018

ତୁମେ କଣ ଶୁଦ୍ଧପୂତ? ତୁମେ କଣ ନିର୍ଭୟ? ନିଜକୁ ନିଜେ ପଚାର କିଛି କଣ କହିବା ପୂର୍ବରୁ।...so touching. It is right to ask ourselves whether we are correct or not. A beautiful philosophical poem shared astutely.10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success