ମା (Mother) Poem by Dr. Sada Bihari Sahu

ମା (Mother)

ମା

ମା


ଗୋଟିଏ ଅକ୍ଷର ରେ ସମାହିତ
ସମଗ୍ର ବିଶ୍ବ
ସେ ହେଉଛି ମା
ସୁଖ ଓ ଦୁଃଖ ରେ ମନ ମଧ୍ୟରେ
ଆପେ ଆପେ ବାହାରି ଆସେ ଏକ ନାଁ,
ସେ ହେଉଛି ଚିର ନମନ୍ୟ ମା

ଯିଏ ଭଲ ପାଏ ନିକଠୁ ବଳି ନିଜ ସନ୍ତାନକୁ
ଭୋକରେ ରହି, ପେଟକୁ କାଟି ଅନ୍ନ ବଢାଇ ଦିଏ ନିଜ ପିଲାଙ୍କୁ
ସେ ହେଉଛି କରୁଣାମୟୀ ମା

ଭଗବାନଙ୍କ ଦ୍ୱିତୀୟ ରୂପ
ସ୍ନେହ ଓ ମମତାର ମୂର୍ତ୍ତିମୟୀ
ଯାହାକୁ ଅନୁଭବ କରିବା ପାଇଁ
ଭଗବାନ ଭି ନିଅନ୍ତି ଧରା ପୃଷ୍ଠରେ ଆବିର୍ଭାବ
ସେ ହେଉଛି ଜନ୍ମଦାତା ମା

ସମସ୍ତ ଦୁଃଖ, ରୋଗ ଓ ଶୋକକୁ
ଘୋଡାଇ ରଖେ ନିଜ ପଣତ କାନି ରେ
ଯାର ଆଶିର୍ବାଦ ରେ ସଫଳତା ପାଦ ଛୁଏଁ
ସେ ହେଉଛି ଚିର ବନ୍ଦନୀୟ ମା

ଜ୍ଞାନର ଶବ୍ଦକୋଷ, ଜୀବନର ପ୍ରଥମ ଗୁରୁ
ଜୀବନ ଓ ମୃତ୍ୟୁ ପର୍ଯ୍ୟନ୍ତ ଯେ ଥାଏ ପାଖେ ପାଖେ
ନିଃସ୍ୱାର୍ଥର ଜୀବନର କିର୍ତ୍ତିମୟୀ
ସେ ହେଉଛି ପୂଜନୀୟ ମା

ମା ର ଶ୍ୱନ୍ୟତାକୁ ପୂରଣ କରିବାକୁ କେହି ନାହିଁ
ସ୍ରଷ୍ଟା ର ଏକ ଅନନ୍ୟ ରୂପ ସେ
ସବୁଠୁ ଧନବାନ୍ ଓ ଭାଗ୍ୟବାନ ସେ
ଯା ଉପରେ ଥାଏ ମା ର ଆଶିର୍ବାଦ ସବୁବେଳେ

ଚିର ଦିନ ରୁଣୀ ଆମେ ତା ପାସେ
ହେ ଜନ୍ମଦାତ୍ରୀ ମା, ଏ ଧରିତ୍ରୀ ମା
ଧନ୍ୟ ହେଲା ଏ ଜୀବନ
ଜନ୍ମିଲି ତୁମ ଗର୍ଭରୁ
ପାଣି, ପବନ, ଖାଦ୍ୟ ପାଇ ବଢିଲି ଏ ଧରା ପୃଷ୍ଠେ
ତୁମେ ଚୀର ବନ୍ଦନୀୟ, ତୁମେ ସଦା ନମସ୍ୟ, ସଦା ପୂଜନୀୟ
ହେ ମୋ ଯନ୍ମଦାତ୍ରୀ ମା, ଏ ଧରିତ୍ରୀ ମା
ତୁମ ଆଶିଷ ଥାଉ ମୋ ପାସେ
ଯେତେ ଦିନ ଏ ଜୀବନ ଅଛି ଏ ଧରା ପୃଷ୍ଠେ

ଡ. ସଦା ବିହାରୀ ସାହୁ (C) / ୧୧/୦୫/୨୦୨୦

Sunday, May 10, 2020
Topic(s) of this poem: mother
POET'S NOTES ABOUT THE POEM
A poem on " Mother's Day" - Dedicated to all mothers and motherland
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success