ଉତ୍ତର
ଗଜାନନ ମିଶ୍ର
ଏଃ ଶଳା,
ଜହ୍ନକୁ କହିଲା କଳା!
ଭିଟାମାଟି
ଜମ୍ମାରୁ ଛାଡି ନି,
ଦେଖୁ ନୁ କି ବେ
କ୍ଷୟବୃଦ୍ଧି ବି ନାଇଁ।
ଦେଖୁ ନୁ
ପିନ୍ଧିଛି ଲାଲରକ୍ତର
ଟାଇଟ୍ ପୋଷାକ।
ଲୁଣିକୁ
କହୁଛି ମଧୁର,
ଶୁଖିଲାହାଡ ଧରି
କହୁଛି ଭୂତ ଶରୀର।
ବିଦାୟବେଳରେ
କରୁଛି ପୁଣି
ଧୁଆପୋଛା ନାଟକ।
ପକ୍ଷୀର ପାଟିରେ
ମାରି ହାତ
କହୁଛି ଆକାଶ
ସତରେ କେଡେ ଗଭୀର।
କୋଉ ବାଟ ତୋର?
ପଚାର କି ନ ପଚାର
ଦେଉଛି ନିଜକୁ ନିଜେ
ଚୋଖା ଉତ୍ତର।
ତପୋବନ, ଟିଟିଲାଗଡ,ବଲାଙ୍ଗୀର
28/03/2020
This poem has not been translated into any other language yet.
I would like to translate this poem
No one can leave own motherland. This poem is very amazing and brilliantly penned.