1
ବଂଚିଥିଲାବେଳେ ନେହୁରା ହୋଇ ମା କହୁଥିଲା-ବାବୁ,
ଛାଡା ପରିସ୍ରା ଛାଡୁ ନି, ଗାଁରେ ନାଇଁ ସୁବିଧା,
ତୋଠି କେଇଦିନ ସହରେ ରହନ୍ତି!
ନା ହେଲା ନି!
ମଲାପରେ ଏବେ?
2
ମା ବଂଚିଥିଲାବେଳେ ବାଡିଆଡର ମୁନଗା ଗଛତଳେ
ଖରସି-ଧୁଇଲଗଦା ଉପରେ ପଡିଥିଲା,
ମା ଗଲାପରେ ଆଜିଦିନରେ ଫେସବୁକ୍ ରେ
ଉଛୁଳୁଛି କେତେ କଣ!
କହିବ ମାତୃପ୍ରେମ!
This poem has not been translated into any other language yet.
I would like to translate this poem
A beautiful poem on the occasion of mother's day! Thanks for sharing.....10++++