ନାଇଁ ଅଗ୍ନି ନାଇଁ ପବନ No Fire No Air Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନାଇଁ ଅଗ୍ନି ନାଇଁ ପବନ No Fire No Air

କି ହେଲା କି ହେଲା
ଗଜାନନ ମିଶ୍ର

"ସକଳେ ଡାକନ୍ତି ବସି କି ହେଲା କି ହେଲା, ଏ ତ ବଡ ବିପରୀତ ବୁଝା ତ ନ ଗଲା" -
ରାମାୟଣ ଲଙ୍କାକାଣ୍ଡ

ନାଇଁ ଭୂମିକମ୍ପ ନାଇଁ ପବନ
ନାଇଁ ଅଗ୍ନି କି ନାଇଁ ଅସ୍ତ୍ରଶସ୍ତ୍ର
ତଥାପି ସବୁ ସବୁ ଛିନଛତ୍ର!

ଶ୍ରୀ ବହୁଦୂରେ
ହିଂସା ଅହଙ୍କାର ଅଭିମାନଠୁ।
ଭୂତଳ ଅମଙ୍ଗଳ
ଆପଣା କଲାକର୍ମ ଫଳ
ଦୁଃଖ ପ୍ରବଳୁ ପ୍ରବଳ।

ଆହା!
ଆକାଶ ଉପରେ ନାଇଁ ବିଶ୍ୱାସ
ନିଶ୍ୱାସପ୍ରଶ୍ୱାସ ନିମେଷ
ଭ୍ରୂକୁଟି ବିଳାସ ନାସାରସ
କିଛିର ନାଇଁ ଶୁଭ ପ୍ରକାଶ!

କାଳ ହାସ୍ୟ ମାୟା
ବିରାଟ ବିରାଟ ରୂପ ଉଦ୍ଭାସିତ।
ପ୍ରୀତିବୈରୀ ମୋହ ଜଡିତ,
ସତ୍ଯ ସ୍ୱଭାବ ଜଗତ।

ଗୂଢରୁ ଗୂଢତର ସମୟ ପ୍ରଭାବ
ନା ଅକ୍ଷୟ ନା ବିଜୟ
ପରଷିବାକୁ ଅମୃତଧାରା
ମୂର୍ଖ ଜ୍ଞାନୀ ସଂସାରସାରା।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
29/05/2020

Thursday, May 28, 2020
Topic(s) of this poem: fire,life
POET'S NOTES ABOUT THE POEM
Language - odia,script - brahmi
COMMENTS OF THE POEM
Dr Dillip K Swain 28 May 2020

A wonderful poem is shared......10+++++++++

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success