କେହି ଦେଖି ନାହାନ୍ତି No One Has Seen Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କେହି ଦେଖି ନାହାନ୍ତି No One Has Seen

Rating: 5.0

ଭୂତ
ଗଜାନନ ମିଶ୍ର

ଦେଖି ନାହାନ୍ତି କେହି।
ଦେଖିଛୁଁ କହୁଥିବା ଲୋକେ
ବଖାଣୁଛନ୍ତି ବଖାଣିଚାଲିଛନ୍ତି
ନିଜ ନିଜ ବାଗରେ
ନିଜ ନିଜ ସୁରକ୍ଷିତ ସ୍ଥାନରୁ
ଫାଇଦା ମାରିବା ଆଶା ନେଇ।
ଆଉ କେତେ କଣ ଯାଉଛି ଘଟି
ଏଇ କ୍ଷଣି ଏଠି ସେଠି
ଘଟୁ ଘଟୁ କେତେ କିଏ
ଦୃଶ୍ୟାନ୍ତର ହେଉଛନ୍ତି
ହିସାବ ନାଇଁ।
ଗାଁ କହ ସହର କହ
ଗଳିକନ୍ଦି ନଈନାଳ ପାହାଡ
ଜଙ୍ଗଲ ଖାଲ ଢିପ ସମତଳ
ଘଟଣା ଓ ଘଟଣା
ଘଟଣା ଭିତରେ ଅଘଟଣା
ସଭିଏଁ ବାଟବଣା।
ବାଟବଣାର ମଝାମଝିରେ
ଡହକବିକଳ ସାଧାରଣ ଲୋକ,
ଆରାମଦାୟକ ସ୍ଥିତିରେ
ଶାସକ ପ୍ରଶାସକ
ସବୁ ଆଡୁ ଲାଭ ହିଁ ଲାଭ।
କେହି ଜଣେ ବି ନାହିଁ କୋଉଠି
ବିଲ ପଡିଆ ଡଙ୍ଗର ଖାଁ ଖାଁ
ଅଛି ଯିଏ ବି ଯୋଉଠି
ପ୍ରାଣ ବିକଳରେ ଆଁ।
କଣ କିରେ ମିଳିଲା କିଛି
କଳା ହେଉ କି ଧଳା!
ନାଁ ନେବାର ମାନେ ନାଇଁ
ଭୟ ଆତଙ୍କ ଯାଇଛି ଖେଳି
ପୃଥିବୀସାରା ଆକାଶସାରା
ପଚାରିବାର ଆବଶ୍ୟକ ନାଇଁ
କୋଉଠି ଆଉ କୋଉ ପକ୍ଷୀର ଗାଁ।

ତପୋବନ, ଟିଟିଲାଗଡ।

COMMENTS OF THE POEM
Kumarmani Mahakul 22 August 2020

There is no need to ask about the address of the birds. They have freedom to fly. This poem is very amazingly penned with amazing essence. This is very brilliant penning.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success