ସ୍ତ୍ରୀଟିଏ କହେ
ପ୍ରେମ କର ମତେ
ଜୀବନ ଦେବି
ତୁମକୁ ମୁଁ ।
ଏଠି ମୁଁ ତୁମକୁ
ଦେବି ସବୁ ।
ଦେଖାଇବି ରାସ୍ତା
ଆଉ ରାସ୍ତାରେ ତୁମେ
ଉପଭୋଗ କରିବ
ଜଳ ପ୍ରପାତ, ପାହାଡ,
ଜଙ୍ଗଲ, ବହୁତ ପ୍ରକାରର ଜୀବ,
ବହୁତ ଫୁଲ, ବହୁତ ରଙ୍ଗ,
ଦିଅ ମତେ ପ୍ରେମ,
ନିଅ ଗୋଟେ ନୁଆ ପୃଥିବୀ,
ଆଉ ନିଅ ସବୁ ଅମୃତ ।