ଏଇ ଦୀପାବଳି ଆସେ(Odia Poem / Ei Deepabali Ase.) Poem by Subhas Chandra Chakra

ଏଇ ଦୀପାବଳି ଆସେ(Odia Poem / Ei Deepabali Ase.)

Rating: 5.0

ଦୀପାବଳି ଆସିଛି ମାଟିକୁ…..
ଆଲୋକ ର,
ପୁଲକ ର,
ଆନନ୍ଦ ର ଦୀପ ଜାଳିବା କୁ ।।

ଏ ମାଟି ର ସଳିତା ରେ
କାହିଁ ଅବା ଅଛି ତେଲ ଏତେ?
ନେତା, ଗୁଣ୍ଡା, ମନ୍ତ୍ରୀ, ଅଫିସର
ଉଗ୍ରପନ୍ଥୀ, ମାଓବାଦୀ ଙ୍କର
ଭୟ ଆଉ ହିଂସା ର ଅଦୌତି
ଲାଳସା ର ପ୍ରଶମନ ପରେ-
ଆଉ ଅବା ବଳିବ କେତେ ଯେ
ଦୀପ ରେ ଜଳିବ? ?
ଦୀପାବଳି ଆସିଛି ଦେଶକୁ….
ଆବେଗ ର,
ଉଲ୍ଲାସ ର,
ଉଚ୍ଛ୍ଵାସ ର ଦୀପ ଜାଳିବା କୁ ।

ଏ ଦେଶ ର ସଳିତା ରେ
କାହିଁ ଅବା ଅଛି ତେଲ ଏତେ?
ଉଗ୍ରବାଦ, ସୀମାପାର ସଂଘର୍ଷ ରେ
ଅସହିଷ୍ଣୁ ଦେଶଦ୍ରୋହୀ ଏ ପାରି ରେ
ନକଲି ନୋଟ, ଭୋଟ ଓ ଗାନ୍ଧୀ
ନକଲି ସାଧୁ, ଗୁରୁ ଓ ମନ୍ଦି
ବିରୋଧରେ ଲମ୍ବା ଲଢ଼େଇ ରେ
ଆଉ ଅବା ବଳିବ କେତେ ଯେ
ଦୀପ ରେ ଜଳିବ? ?


ଦୀପାବଳି ଆସିଛି ପାଖକୁ….
ଏକତ୍ୱ ର,
ଭାତୃତ୍ୱ ର,
ଅସ୍ତିତ୍ଵ ର ଦୀପ ଜାଳିବା କୁ ।

ହେଲେ ଏଇ ମନ ସଳିତା ରେ
କାହିଁ ଅବା ଅଛି ତେଲ ଏତେ?
ଲଢ଼ି ଲଢ଼ି କେତେ ଲମ୍ବା ଏ ସଂଘର୍ଷ-
ପ୍ରାପ୍ତି ଆଉ ଅପ୍ରାପ୍ତି ର,
ସ୍ଥିତି ଆଉ ଦୁଃସ୍ଥିତି ର,
ପ୍ରୀତି ଆଉ ପ୍ରତାରଣା
ଭରା ଏତେ, ଦିନ ମାସ ବର୍ଷ!
ସାଥୀ, ପତି, ପତ୍ନୀ ସାଥେ,
ସନ୍ତାନ, ସମାଜ ଆଉ
ଏ ସମୟ କ୍ଳାନ୍ତ ଶ୍ରାନ୍ତ ପଥେ
ଆଉ ଅବା ବଳିବ କେତେ ଯେ
ଦୀପ ରେ ଜଳିବ? ?

ଦୀପାବଳି, ୨୭ ଅକ୍ଟୋବର ୨୦୧୯
*ସୁଭାଷ ଚନ୍ଦ୍ର ଚକ୍ର*,
ସାଇଁକୁଳ, କେନ୍ଦୁଝର,
ଓଡ଼ିଶା- ୭୫୮ ୦୪୩

Friday, November 1, 2019
Topic(s) of this poem: celebration,diwali,lights,social behaviour
COMMENTS OF THE POEM
Sabita Sahoo 07 November 2020

Bahut Sundara kabita... Much appreciated, loved the flow of the poem.

0 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success