ଓଡିଶା, ଓଡିଶା
ଗଜାନନ ମିଶ୍ର
କୋଉ ଓଡିଶା?
କଣ ଓଡିଶା?
ଓଡିଶା କାହାର?
କିଏ ଓଡିଶାର?
ଓଡିଶା ପାଇଁ କିଏ?
କଥା କୋଉ ମାର୍ଗେ?
କାହା ପାଇଁ ଓଡିଶା?
ବାଜେ ବଚସା।
ଆହୁରି ଲଢ,
ଏକ ରହ ଦୃଢ।
ଦେଇ ପରିଚୟ
ହୁଅ ଠିଆ,
ହଟିଲା ଯାଏ
ବିଦେଶୀ କୋକୁଆ।
2
ଭାଷା ବାରଣ
ଜଳୁଛି,
ଜଳୁଛି ଜୀବନ,
ଜଳୁଛି ପବନ।
ତୁମେ ନାହଁ!
ଅଛି ଏଇ ଘର,
ବାହାର ଭିତର
ନିଆଁର ଆବାହନ।
ନାଇଁ ବିସର୍ଜନ ।
କହୁ ନି ନାହଁ,
ଅଛି ସବୁ ଚିହ୍ନ
ଅଛି ଦିନ
ଅଛି ଜହ୍ନ।
ଦୂର ପାଖ
ସବୁ ଦୃଶ୍ୟମାନ,
ଦୃଶ୍ୟାଦୃଶ୍ୟ
ମାନ ଅଭିମାନ।
ଅଛ, ଆଉ
ଅଛି ସ୍ପଷ୍ଟ କାରଣ,
ଥିଲାଯାଏ ନାଇଁ
ଭାଷା ବାରଣ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/4/2019
This poem has not been translated into any other language yet.
I would like to translate this poem
We all are Odia and we love Odisha. We are proud of our state and mother language. This poem is very brilliantly penned.