କିଏରେ ଏଇଟା ରାସ୍ତାରେ?
ରାସ୍ତାକୁ ଗଣ ଆଉ କହ କେତେଟା?
ଆଉ କହ ରାସ୍ତା କେମିତି?
ଘଟି ଯାଉଛି ଆଖି ପିଛୁଡାକେ
ଏତେସବୁ କଣ ରାସ୍ତା ଉପରେ?
ସବୁ ଶବ୍ଦ ଗାଏବ ଏଠାରେ।
ଦୃଶ୍ୟ ଶ୍ରାବ୍ୟ ସବୁ ସବୁ
ମତଲବହୀନ ଏ ସମୟରେ।
ଆଉ କହ କେଉଁଠାରୁ ବାହାରି
ରାସ୍ତା ସରୁଛି କେଉଁଠାରେ!
ସବୁ ସବୁ ସଂପର୍କ କେମିତି କେମିତି
ଯୋଡିଯାଡି ହେଉଛି ରାସ୍ତାରେ!
ଆଉ ବେଶୀ କିଛି କୁହ ନା
ଦେଖ ରାସ୍ତା ମଝିରେ କରୋନା!
This poem has not been translated into any other language yet.
I would like to translate this poem
There are many things happening in the middle of the roads. We should be careful and amazingly observe these things.