ବର୍ଷା ତୁମେ ଆସ(Rain Please Come) Poem by Dr. Sada Bihari Sahu

ବର୍ଷା ତୁମେ ଆସ(Rain Please Come)

Rating: 5.0

ମେଘମାଳକୁ ଭେଦକରି ବର୍ଷା ତୁମେ ଆସ
ତୃଷ୍ଣା ଭରା ଅପଲକ ନୟନ
ଅପେକ୍ଷାରେ ଧରା
ପାଇବାକୁ ତୁମ ଶୀତଳ ସ୍ପର୍ଶ


ଇଂଦ୍ରଧନୁର ରଙ୍ଗଭରା ସୌନ୍ଦର୍ଯୟକୁ
ଆଂକିବାକୁ ଆତୁରତା କାନଭାସ ମଧେ
ବାଟକୁ ଚାହିଁଛି ଚିତ୍ରକର କେବେଠୁ
ଦେଖିବାକୁ ତୁମ ତୃପ୍ତିଭରା ବେଶ

କ୍ଳାନ୍ତଭରା ଶରୀର ଆଜି ମୟୁରୀର
ନାଚି ନାଚି କରେ ତୁମକୁ ସ୍ଵାଗତ
କ୍ଷୀନ୍ନ ଭଗ୍ନ ହେବ ପୀଡା ପାଇ ତୁମ ଆଶୀଷ

ହଜିଯାଇଛି ପିଲାଖେଳ
ଆଧୁନିକତାର ଖୋଳରେ
ସେଇ ସ୍ମୃତି, ବର୍ଷା ଭିଜାଦିନ, ଡଙ୍ଗା କାଗଜର
ଖୋଜୁଛି ଆଜି ପାଇବାକୁ
ସେଇ ଶାନ୍ତି, ତୃପ୍ତି, ସ୍ଵାଧୀନତା
ଫେରାଇ ଦିଅ ମୋ ପିଲାଦିନ ପରିବେଶ
ବର୍ଷା ତୁମେ ଆସ

Monday, December 18, 2017
Topic(s) of this poem: rain
POET'S NOTES ABOUT THE POEM
Poem is in Odia language and talk about rain.
COMMENTS OF THE POEM
Dr Dillip K Swain 29 December 2017

Luchi Luchi Piti Chala Chhupa Rustam..Very touching poem! Liked it...10

1 0 Reply
READ THIS POEM IN OTHER LANGUAGES
Close
Error Success