କେହି ଦୁଃଖ ନ ପାଆନ୍ତୁ
ଗଜାନନ ମିଶ୍ର
ନା ନା ନା
କେହି ଦୁଃଖ ନ ପାଆନ୍ତୁ!
ମିତ୍ର ହେଉ କି ଶତ୍ରୁ,
ନା, କାହାକୁ ବି
ଶୋକ ସ୍ପର୍ଶ ନ କରୁ!
କିଏ ଶତ୍ରୁ? କିଏ ମିତ୍ର?
କେମିତି ଜାଣିବ ପବିତ୍ର!
କୁହୁଡି କୁହୁଡି
କୁହୁଡି ସର୍ବତ୍ର ସର୍ବତ୍ର।
ଖୋଜ, ଖୋଜିଚାଲ,
ଏକ ନିରୋଳା ମୁହୂର୍ତ୍ତ ।
ଆଉ ଦେଖ ଧରି ତାକୁ
ଆଗତ ଭବିଷ୍ଯତ ।
ଏଇଠି ଅଛ ତ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
28/12/2019
This poem has not been translated into any other language yet.
I would like to translate this poem
କିଏ ଶତ୍ରୁ? କିଏ ମିତ୍ର? କେମିତି ଜାଣିବ ପବିତ୍ର! କୁହୁଡି କୁହୁଡି କୁହୁଡି ସର୍ବତ୍ର ସର୍ବତ୍ର। Wonderful expression dear elder brother! A beautiful poem........10++++