ଛୋଟ ଛୋଟ ମୁଁ ଅତିଶୟ ଛୋଟ,
କବିତାକୁ ଛାଡିଦେଲେ ପାଏ ନାହିଁ
ଆଉ କାହା ଭେଟ।
କୁହ କବିତାକୁ ଛାଡି ବଂଚିବି କେମନ୍ତେ,
ଅକ୍ଷର ସାଉଁଟି ଭାବରେ ବୁଡାଇ ଗାଉଛି
ଜୀବନ ସଂଗୀତ ଏଥେ।
ଅନାଥ ଜୀବନ ମୋର
ହେଉଛି ବିକଳ,
ମିଛମାୟା ଘେରରେ
ଯାଉଛି ରହି ବେଳେବେଳେ
ସତ୍ଠୁଦୂର,
ଯୋଉଠି ଖାଲି
ଅନ୍ଧାର ଆଉ ଅନ୍ଧାର।
କୁହ କବିତାକୁ ଛାଡିଦେଲେ
ଆଉ ଅଛି କି କୋଉଠି ଆଲୁଅ।
କବତା ବିନୁ ମୋର ଅନ୍ୟ ଆଶ୍ରେ ନାହିଁ,
ଏଇଟା ବି ସତ ଯେ କବିତା ମତେ
ଜମା ଛାଡୁ ନାହିଁ।
ଶୟନେ ସ୍ୱପନେ ଭୋଜନେ ଗମନେ
କହୁଛି ବଚନ ମତେ କେତେ ପ୍ରକାରେ,
ଆଉ ଏ କବିତା ପାଇଁ ଏଠି ମୁଁ ହିନସ୍ତା ଏତେ।
ଭାବିଥିଲି ବିଚାରିଥିଲି ସୁଖରେ କଟିବ ଦିନ,
କିନ୍ତୁ ଏ କବିତା ରହିଛି ସଦା
କରେ ମତେ ଏକାସାଙ୍ଗରେ ଶୂନ୍ଯ ଆଉ ପୂର୍ଣ।
ତଥାପି ଅଛି ମୁଁ ନିଶ୍ଚିନ୍ତରେ,
ଜାଣେ ଯେହେତୁ କବିତା ନିଜେଇ
ବାଟ ଦେବ ବତାଇ
କୋଉଠି କେମିତି ରହିବି ଯାଇ
କବିତାଠି ଥାଇ
ନୂଆ ନୂଆ ରୂପ ଗୁଣ ଦେଖାଇ।
କବିତା ଅଛି ବୋଲି ଯେତେ ଯାହା ହେଲେ ବି
ଲାଗୁ ନାହିଁ କଷ୍ଟ ଦିନ,
କବିତା ଅଛି ବୋଲି ଅମୃତପ୍ରାୟେ
ମଣୁଛି ଭୋଜନ ଶୟନ ଜୀବନ।
This poem has not been translated into any other language yet.
I would like to translate this poem
ଏକ କବିର ପ୍ରାଣ...ଏକ କବିର କବିତା...ତା ଜୀବନର ସର୍ବସ୍ବ! କବିତା କୁ ଛାଡି ଏକ କବି କେବେ ବଂଚି ପାରେନା...ହୃଦୟ କାବ୍ୟିକ ଚେତନା..ଆପଣଙ୍କର ଏଇ କବିତା ଚମତ୍କାର, ହୃଦୟାୟସ୍ପର୍ଶି! ସାଧୁବାଦ