କୁହୁଡି ନାଇଁ
ଗଜାନନ ମିଶ୍ର
କୁହୁଡିକୁ ବିଶ୍ୱାସ
କରି ହେବ କି?
ଆଜି କୁହୁଡି ନାଇଁ
କହି ପାରିବ କି?
ଆସନ୍ତାକାଲି ତୁମେ
ନିଜେ ଥିବ କି
ନ ଥିବ କିଏ ଜାଣେ!
ଆଜି ହିଁ
ସତ୍ୟ କହିଦେବାର
ଉପଯୁକ୍ତ ସମୟ।
ଆଜିହିଁ
କୁହୁଡି କାଟି
ତୁମକୁ ଇ
ଯିବାକୁ ହେବ।
'ସତ୍ୟର ସୂର୍ଯ୍ୟ ନାଇଁ'
ଏଇ ଧାରଣାକୁ
ବଦଳେଇବାକୁ ।
କହି ଦେବାକୁ
ସ୍ୱାର୍ଥର ସ୍ଥାନ ନାଇଁ
ଏ ମାଟିରେ
ଏ ଆକାଶ ତଳେ।
କହିଦେବାକୁ ହେବ
ଜୀବନମରଣଠୁ
ଢେର ଉପରେ
ବୁଲୁଛି ପବନ
ପାଣି ସାଥୀରେ ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
28/10/2019
This poem has not been translated into any other language yet.
I would like to translate this poem
Truth is always worshipped! A brilliant write......10