ସାଧାରଣ ପ୍ରକ୍ରିୟା
ଗଜାନନ ମିଶ୍ର
କିଛି କରି ନାହିଁ
କିଛି କରିବାକୁ ନାହିଁ।
ହୁଅନ୍ତା ବା କରି କଣ?
ଅଛି ତପୋବନ,
ଏଇଟା ବି
ଗୋଟେ ସ୍ୱପ୍ନ।
ପକ୍ଷଭୁକ୍ତ ନ ହୋଇ
କହିବି, ଭାବିବି
ଯୋଉଟା ସତ୍ଯ ।
ଅବଶ୍ୟ
ଖାତିର କରି ନାହିଁ
କି କରିବି ନାହିଁ
କାହାକୁ କେବେ କୋଉଠି।
ଖାଲି
ଉଡେଇଛି ମଜା,
ଏଇଆ ବି ନୁହଁ।
କହିଥାନ୍ତି ଏ ପବନ,
ଏ ପଟେ ଆ
ଏଇଠି ଥା,
କହିଲି ନାହିଁ।
ରିଚାର୍ଜ କଲି
ଦାମିକା ଟର୍ଚ୍ଚ ।
ବୁଲେଇଲି ଖଣ୍ଡା ବି।
କହିଲି ମନକୁ ମନ
ସାଧାରଣ ପ୍ରକ୍ରିୟାରେ ହେଲା
ହେବାର ନ ଥିଲା ଯୋଉଟା ।
ଥିଲା କି ହେବାକୁ କଣ?
ତପୋବନ, ଟିଟିଲାଗଡ, ବଲାଙ୍ଗିର
5/4/2019
This poem has not been translated into any other language yet.
I would like to translate this poem
Seeing a dream in Tapobana is definitely very interesting. This is a nice poem shared.