ଗୋଟେ ମଣିଷ ପିଲା
ଗଜାନନ ମିଶ୍ର
ହଁ ରେ
ଗୋଟେ ମଣିଷ ପିଲା
ମୁଁ।
ଧର୍ମାଧର୍ମ ସବୁ
ତୁମର।
ପାରୁ ନି କହି
ୟେ ମୋ ସାଙ୍ଗ
ଆଉ ସେ ନୁହଁ।
ଖୋଜୁଛି ସତ
କିନ୍ତୁ ଏଠି
ସବୁ କଙ୍କଡା ଖୋଳ।
ପାରୁ ନି ପଚାରି
କିଛି କାହାକୁ,
ନିଜେ ନିଜର
ଉଚ୍ଚାରିଛି ଶବ୍ଦ
କରୁଛି ଚିତ୍କାର।
ଡାକୁଛି ଫୁଙ୍ଗୁଳା ଆକାଶକୁ
ହାତଠାରି ପାଖକୁ।
ଯେମିତି ଇଚ୍ଛା ସେମିତି
ଢାଳିଛି ଲୁହ
ଘାସ ପଡିଆରେ।
ସିଧାସଳଖ କିଛି
ନାଇଁରେ ଧନ
ଅଠରବାଙ୍କ ନ ଡେଇଁଲେ
କଣ ବୁଝେ କି ମନ!
ଜାଣେରେ ବାୟା
ପୃଥିବୀଟା ଗୋଲ
ଆଉ ନିବୁଜ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
07/01/2020
This poem has not been translated into any other language yet.
I would like to translate this poem
Pragmatic expression dear elder brother! Loved reading this beautiful poem of yours....10