କୁନୁଆଁ ଆମର ଭଗବାନ
ନାଇଁ କରବୋ କେଭେ ଅନାଦର, କରବୋ ବଢିଆ କରି ସତ୍କାର
ନାଇଁ କରବୋ କେଭେ ଖେକାର ମିକାର
କୁନୁଆଁ ଖୁସ ହେଲେ ଦେବା ଗୁର୍ଦୁଟେ ଆଶୀରବାଦ
ଯେତେ କରବୋ ସେତେ ପଏବୋ
ସବୁ ସୁଖ ଆରୁ ସମମାନ
କୁନୁଆଁ ଆମର ଭଗବାନ
ଦୁନିଆଁ ଆଜି ବଦଲି ଗଲାନଂ
କୁନୁଆଁ ଦେଖେଲେ ହେସନ ବନାହଁ
ଠକି ଭୁଲେଇ କରି ଅଧା ବାଟୁ ମାରସନ ଡିଆଁ
ନାଇଁନ ଆଉ ଆଘର ଭଲିଆ କୁନୁଆଁ ଦେଖିକରି ଖୁସିଥି ଗର ଗଡି ଜିମା
ଏକଲା ଖଏମା ଏକଲା ରହମା ଅନ୍ୟର ଲାଗି ଆମେ କେନଥିର ଲାଗି କରମା
ଇଟା ହେଉଛେ ଆଜିର ମହିମା
ପୂଜା, ବିହା, ପରବ ଥି ହେଉଥିଲେ ଆଘ ଘରେ ଜମା
ଖୁସି, ଆନନ୍ଦ ଥି କଟୁ ଥିଲା ଦିନ
ଇଟା ହେଲାନ ଏଭେ ସପନ
ମୁନୁଷ ମୁନୁଷ ଥୁ ଦୂରେକେ ଭାଗଲାନ
ସଭେ ଜିଉଁଛନ ଏକଲା ଜୀବନ
କେଭେ ବୁଝବା ଇ ବଝା ମନ
କୁନୁଆଁ ଆମର ଭଗବାନ
ଦେମା ଆଦର ପାଏମା ଆଦର
ବୁଝମା ଇ ଜୀବନ କେ ବତର
କୁନୁଆଁ ନୁହେଁସେ ଆମର ଲାଗି ବୋଝ
ସେମାନେ ଭି ଆମର କୁଟୁମ୍ବର ଲୋଗ
ଜୀବନ ବିତି ଯିବା ସୁତର ସୁତର
ଆସ, ସଭେ ମିଲିମିଶି କରି ରହମା
ଖୁସି ଥି ଇ ଜୀବନ ବିତାମା
କୁନୁଆଁ ଆମର ଭଗବାନ
ଆମେ ସଭେ ଇ ଧରତୀର ସନ୍ତାନ
This poem has not been translated into any other language yet.
I would like to translate this poem