ପର୍ବତ (The Mountain) Poem by Dr. Sada Bihari Sahu

ପର୍ବତ (The Mountain)

Rating: 5.0

ତୁମେ କୈଳାଶ, ତୁମେ ଗନ୍ଧମାର୍ଦନ
ଆଉ ତୁମେ ନିୟମାଗିରି, ଧାରା ପୃଷଠେ ସବୁଠି ତୁମେ ବିଦ୍ୟମାନ
ବର୍ଣିତ ଯୁଗେ ଯୁଗେ ଲେଖକର ଲେଖକୀ ମୁନେ
କେବେ କାଲିଦାସଙ୍କ କାବ୍ୟ ଛନ୍ଦେ
ଅବା ପିଲାଙ୍କ ସୁନ୍ଦର ଚିତ୍ରାଙ୍କନେ

ତୁମେ ଶ୍ରେଷ୍ଠ, ତୁମେ ସୁଦୃଢ, ଆଉ ତୁମେ ମହାନ
ତୁମେ ସଞ୍ଜିବନୀ, ଉପସ୍ଥିତି ତୁମ ପ୍ରକୃତିର ବଡ ଅବଦାନ
କିନ୍ତୁ ଆଜି ତୁମେ ଲୁଣ୍ଠିତ, ଖୋଦିତ, ମାନବର କୁଚକ୍ର ସଙ୍ଗେ
ଭୁଲି ତୁମ ବଳିଦାନ, କରେ ତୁମକୁ ଖୁର୍ଣ୍ଣ ଖୁର୍ଣ୍ଣ
ବିକାସ ନାମେ କରେ ଆଜି ତୁମକୁ ଖନନ
ମାନବର ମତିଭ୍ରମ, ଖସି ଚାଲେ ଗିରି ମାନ
ବଢିଚାଲେ ସାଗରର ଆୟତନ
ଆଦିବାସୀ ମାନେ ଆସେ ବଞ୍ଚିବାର ପ୍ରଶ୍ନ ଚିହ୍ନ
ଅବା ନେଇ ପାରେ ନିକଟ ଭବିଷତେ ମାନବ ଜୀବନ

ସମୟ ଆଜି କରେ ପ୍ରଶ୍ନ
କରିବାକୁ ଆତ୍ମ ମନ୍ଥନ
ଭୁଲି ଆମ ସ୍ଵାର୍ଥ, ଲୋଭ, ମିଥ୍ୟା ବିକାସର ସ୍ବରମାନ
ବୁଝିବାକୁ ହେବ ପ୍ରକୃତିର ନିୟମ ମାନ
ଯଦି ଦେବାକୁ ଚାହୁଁ ଆମ ପିଲାଙ୍କୁ ଏକ ନୂଆ ଜୀବନ ଓ ସୁନ୍ଦର ସପନ

Tuesday, January 2, 2018
Topic(s) of this poem: mountain
POET'S NOTES ABOUT THE POEM
Poem is in Odia language and talk about Mountain.
COMMENTS OF THE POEM
Dr Dillip K Swain 02 January 2018

ତୁମେ ଶ୍ରେଷ୍ଠ, ତୁମେ ସୁଦୃଢ, ଆଉ ତୁମେ ମହାନ ତୁମେ ସଞ୍ଜିବନୀ, ଉପସ୍ଥିତି ତୁମ ପ୍ରକୃତିର ବଡ ଅବଦାନ -କବିତାଟି ମନଛୁଆଁ ହେଇଚି..ମାଡିଚାଲ ଆଗକୁ ଆଗକୁ ମୋର ବନ୍ଧୁ.....10

0 0 Reply
READ THIS POEM IN OTHER LANGUAGES
Close
Error Success