ଆକାଶରୁ ତାରାମାନେ ଯଦି
ପଳାଇଯାନ୍ତେ ଆଉ କୁଆଡେ
କେମିତି ହୁଅନ୍ତା ସାଆନ୍ତେ!
କଷ୍ଟ ଲାଗନ୍ତା କି କାହାକୁ
ଯଦି ଛିଣ୍ଡି ପଡନ୍ତା ଆକାଶ ଅଚାନକ
ଗାଧୋଉଥିଲାବେଳେ ଖୋଲା ନଈରେ।
କଣ ହୁଅନ୍ତା ସତରେ
ମେଘର ରଙ୍ଗ ଯଦି
ପୁଥିବୀଟା ଉପରେ ପଡନ୍ତା ଅଜାଡି
ଆଉ ସମସ୍ତେ ଉଠନ୍ତେ ନାଚି
ତାକ୍ ଧେଇ ଧେଇ।
ଥାଉ ଏତିକିରେ
ଅନ୍ୟ ବିଷୟକୁ
ଧରିବା ପରେ।
ଅନ୍ୟ ବିଷୟ ଆଉ କଣ ଅଛି କି ପ୍ରଭୁ
ତୁମଠି କି ମୋଠି କି ଆଉ କାହାଠି!
ତୁମକୁ ବି ଜଣା ନାଇଁ କିଛି, ଜାଣେ ମହାପ୍ରଭୁ,
ଆଉ ଜାଣେ ରଇଜଳା କାମର ପରିଣାମ।
ଜାଣେ ବୋଲି ଇସତିସ ବକୁଛି ଏଠିସେଠି,
ଠିଆ ଠିଆ ଜଳୁଛି ଗଛ ଆଉ ଆଉ
ସମୁଦ୍ର ଉଠୁଛି ଉପରୁ ଉପର।
କିଏ କହୁଛି କଣ କାହାକୁ କେତେବେଳେ
ନାହିଁ କିଛିର ସ୍ଥିରତା ଆଉ ଅଛି ଯାହା
ତାହା ତୁଚ୍ଛା ପବନର ଆବାଜ।
ଥାଉ, ଯାଇ କି ନାଇଁ ଲାଭ ଆଗକୁ,
କାନ୍ଦୁଥିବା ଲୋକେ ବାନ୍ଧୁଥିବେ ପାଗ
ଆଉ ଆମେ ସହିବାକୁ ଅଛୁଁ କଷ୍ଟ
ଆରମ୍ଭ କର ନାଟକ।
This poem has not been translated into any other language yet.
I would like to translate this poem
ଆକାଶରୁ ତାରାମାନେ ଯଦି ପଳାଇଯାନ୍ତେ ଆଉ କୁଆଡେ କେମିତି ହୁଅନ୍ତା ସାଆନ୍ତେ! .....ଏକ ହୃଦୟସ୍ପର୍ଶୀ କବିତା...! (୧୦)