1.
ଉନ୍ମାଦ ମଣିଷ,
ନଷ୍ଟଗତିର ମୃଦୁ ଆଭାସ।
ପାଦ ନିଃଶବ୍ଦ,
ସମୁଦ୍ର ସମୁଦ୍ର ଶୀତ।
ଶୋଷ ଭୋକ,
କଣିଚାଏ ନାହିଁ ସୁଖ।
ଦିଗନ୍ତ ଦିଗନ୍ତ
ଲାବଣ୍ୟହୀନ ଅପରିଚିତ।
ଦୁଃଖ ଅସମାପ୍ତ,
ମଣିଷ ସୁପ୍ତ
ନିଜ ଭିତରେ ନିଜେ
ନୁହଁ ତୃପ୍ତ।
ବିଷାଦ ବିଷାଦ
ବାଇଭୂତ, ଗଦ।
2.
ବସିଛି ଛକି ଯମ
ଅଳିନ୍ଦ ଅଳିନ୍ଦ,
ପାରୁ ନି ଆସି
ଆନନ୍ଦ।
ପିଗଳିବା ହେଉ ନି
ବରଫର।
ହଜିଛି
ପାହାଡ ଶିଖର।
ହତବୀର୍ଯ୍ୟ ଗ୍ରହ
ବାଟବଣା
ଉଦ୍ଦେଶ୍ୟବିହୀନ।
ରେ ଜୀବନ,
ଧରି ଥା ଧୈର୍ଯ୍ୟ
ତୁ ତୋର ସୂର୍ଯ୍ୟ।
This poem has not been translated into any other language yet.
I would like to translate this poem
Nice presentation on sorrow in odiya language. Thanks for sharing.