ନାତି ଆଭ୍ୟାନ ପାଇଁ
ଗଜାନନ ମିଶ୍ର
କାଳିଆ ଧନରେ
ବଳିଆ ମନ
ଧନ ମନ ଜୀବନରେ
ମୋର ସୁନାର
ମୋର ରୂପାର
ହୀରା ମୋତି ମାଣିକର
ସବୁ ସବୁର ମିଳନରେ।
ମୋର ଆଭ୍ୟାନ
ଆଇଶାନୀର ଭାଇଧନ
ଧନର ଧନରେ
ମୋର ଆଭ୍ୟାନ
ମୋର ରଙ୍ଗବେରଙ୍ଗ
ଚିତ୍ରର ଚାଙ୍ଗଚଙ୍ଗ
ବାଇମନରେ।
ବଡ ବଡ ଆଖି ଦେଖୁଚିରେ
ମୁରୁକି ମୁରୁକି ହସୁଚିରେ
ଝୁଲି ଝୁଲି ଆଉଚିରେ
ମୋର କାଳିଆରେ
ମୋର ବାଳିଆରେ
ମୋର ଧନରେ
ମୋର ମନରେ ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/10/2019
This poem has not been translated into any other language yet.
I would like to translate this poem
ବଡ ବଡ ଆଖି ଦେଖୁଚିରେ ମୁରୁକି ମୁରୁକି ହସୁଚିରେ ଝୁଲି ଝୁଲି ଆଉଚିରେ ମୋର କାଳିଆରେ ମୋର ବାଳିଆରେ ମୋର ଧନରେ ମୋର ମନରେ । Wonderful poetic expression!