ନୂଆଁଖେଇ
ଗଜାନନ ମିଶ୍ର
କାଣା ନୁଆଁ?
କେନ୍ତା ନୁଆଁ?
ଖାଏବା କେନ?
କେଭେ?
ଫେରଭି ଅଉଛେ
ନୁଆଁଖେଇ।
ରାଜା ଆରୁ ନେଇଁ ନ,
ଫେରଭି ପାଟଣା ମହାରାଜା
ଆଦେଶ ଦେଇଛେ - ଇ
ଭୁଦୋମାସର ଶୁକଲ
ପଁଚମି ମଂଗଲବାର
ସକାଲର ଆଠ ପଚାଶନୁ
ଦଶ ଅଠତିରିଶ ଭିତରେ
ଖାଏବ ନୁଆଁ!
କେଁ ନୁଆଁ?
କେନ୍ତା ନୁଆଁ? ?
ପିଲା ତ ଜେଇଛେ ଦାଦନ,
ନେଇଁ ପାରଲ ଆସି,
ଜମାଜାକ ଜଉଛୁଁ ଆମେ
ହେତାର ପାସକେ।
ହେନର ମାଲିକ ବଲୁଛେ
ନେଇଁ ଛାଡେଁ ତକେ।
ମହାରାଜା ନାଁକେ!
ପଚରଉଛେ କେନ କାହାକେ?
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/8/2019
This poem has not been translated into any other language yet.
I would like to translate this poem
କେଁ ନୁଆଁ? କେନ୍ତା ନୁଆଁ? ? ପିଲା ତ ଜେଇଛେ ଦାଦନ, ନେଇଁ ପାରଲ ଆସି, ଜମାଜାକ ଜଉଛୁଁ ଆମେ ହେତାର ପାସକେ। ହେନର ମାଲିକ ବଲୁଛେ ନେଇଁ ଛାଡେଁ ତକେ।.....so touching. ନୂଆଁଖାଇ ବିଷୟନେ ଇଟା ଏକ ଭାବପୂର୍ଣ କବିତା ହୋଇଛେ। Beautiful poem. Thank you dear Mishra sir.