ଥକାମନ
ଗଜାନନ ମିଶ୍ର
ଯିବା କେଉଁଆଡକୁ ଥକାମନ,
ଯାଇ କୋଉଠିକୁ କରିବା କଣ
ଆଉ କଲେ ବି ମିଳିବ ସମ୍ମାନ!
ସମ୍ମାନ ହେବ କଣ?
ବାଇଗଣ ଭର୍ତା ନା ଆଳୁପୋଡା
ନା ଟମାଟୋ ଖଟା ତିଅଣ!
ଥକାମନ, ଦେଖି ପାରୁଛ
ଅଛି କି ନାଇଁ ଠିକ୍ ତୁମ ନିଜ ନୟନ!
ତଥାପି ଶୁଣ ନିଜ ବାସସ୍ଥାନରେ ରହି
ଶଙ୍ଖନାଦ ବିଜୟର ତୁମ ନିଜ
ସ୍ୱାକ୍ଷର ସେ କରିଛି ବହନ।
ଦିନ ଯାଇ ଆସୁଛି ଦିନ
ଆଉ ୟା ଭିତରେ କେତେ କେଉଁଆଡୁ
ଆସୁଛି ନୂଆ ନୂଆ ଜଣାଣ ଭଜନ!
This poem has not been translated into any other language yet.
I would like to translate this poem
Mind is tired and where shall I go. This is very interesting to recognize mind's destination.