ବୁଝେଇବ କିଏ Who Will Make You Understand Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବୁଝେଇବ କିଏ Who Will Make You Understand

Rating: 5.0

କରୋନା ସର୍କସ
ଗଜାନନ ମିଶ୍ର

ହାସ୍ୟରସ ଜମାରୁ ନାଇଁ
ମଜାକ୍ ନିଅ ନି!
ଜୀବନମରଣ ସମସ୍ୟା
ଆଉ ତୁମେ ଭାସୁଛ
ସ୍ୱପ୍ନରେ, ଧିକ୍।
ଅଛ ଅଛ ଆଉ
ଉପକାରୀ ଲୋକର
ଥୁକୁଛ ମୁହଁରେ, ଛି!
ସମଗ୍ର ମଣିଷ ଜାତିର
ଶତ୍ରୁ ତୁମେ ଇ।
କଣ କିଛି ପଚାରିଲେ
ଚିଡି ଉଠି କହୁଛ
କରୋନା ଖାଉ।
ଧେତ୍ ତେରିକି!
ବଡ ବଡ କଥା କହୁଛ,
ଜାଲ ଫିକୁଛ
ମିଛକୁ ଫେଣ୍ଟି ଫେଣ୍ଟି,
କି ଲୋକର ଲୋକ ତୁମେ!
ଚିଙ୍ଗୁଡି ଛଟକିଲା ପରି
ଛଟକି ଛଟକି ମରିବ
ମାଗି ପାରିବ ନି ପାଣି
ଜାଣୁ ଆମେ।
ଏଇନେ, ପ୍ରତିଟି ଶବ୍ଦ
ଅର୍ଥପୂର୍ଣ୍ଣ ।
ଜୀବନ ସଙ୍କଟଘେରରେ
କୋକୁଆ ବାହାରେ,
ଆଉ ତୁମେ ଅଛ ଯେ
ସମୟ କାଟୁଛ ମସ୍ତିରେ!
କେମିତିକା ମଣିଷ ତୁମେ?
ମଣିଷପଣିଆ ନାଇଁ କଣିଚାଏ
ତୁମଠି, ଛ ନ କହି
ବାହାଦୁରି ନେବାରେ
ଆସୁଛ ଆଗେଇ ଏଠି।
ଏଠି ଯେ ଚାରିଆଡେ
ନିଆଁ ଧରି ସାରିଛି
ବୁଝେଇବ କିଏ କିପରି!

ତପୋବନ, ଟିଟିଲାଗଡ,ବଲାଙ୍ଗୀର
03/04/2020

COMMENTS OF THE POEM
Kumarmani Mahakul 02 April 2020

No one should take Corona Virus as a joke. We should be careful. An amazing poem is shared.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success