ତୁମେ ମୋର କିଏ Who You Are To Me Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ତୁମେ ମୋର କିଏ Who You Are To Me

ରାଗିବି କଣ ପାଇଁ?
ତୁମେ ମୋର କିଏ କି!

କହୁଛ, ମୋର ଭାଇ,
ସଂପର୍କୀୟ, ପତ୍ନୀ, ଭଉଣୀ।

ଆହୁରି ଅଜବ କଥା,
କହୁଛ, କହି ପାରିବ ନି,
ଲେଖି ପାରିବ ନି
କିଛି କାହା ନାମରେ!

ମୁଁ ତ ଏ ଯାଏ
ପାରି ନି ଜାଣି
ମୋ ଛଡା ଅଛି
ଆଉ କିଏ ଏଠି!

ମୁଁ ନିଶ୍ଚିତ ନୁହଁ
ମୋ ଥିବାଟାରେ ବି।

କାହାକୁ କଣ କହି ବୁଝାଇବି?
କାହାକୁ ଦେବି କୋଉ ବିଷୟରେ
କି ସ୍ପଷ୍ଟିକରଣ ।

ଏମିତି ତ
ନାହିଁ ମୋର ଜନମ,
ନାହିଁ ମରଣ।
ରଡନିଆଁକୁ
ନାହିଁ ଡର।

ଦ୍ଵନ୍ଦଶୂନ୍ୟ ମୁଁ,
ମୁଁ କରୁଛି ମୋର
ସାକ୍ଷାତକାର।

Friday, August 3, 2018
Topic(s) of this poem: life
POET'S NOTES ABOUT THE POEM
written in odia language, odia is the official language of Odisha India
COMMENTS OF THE POEM
Dr Dillip K Swain 03 August 2018

ଏମିତି ତ ନାହିଁ ମୋର ଜନମ, ନାହିଁ ମରଣ। ରଡନିଆଁକୁ ନାହିଁ ଡର।.................................I appreciate your candid expression dear poet! (10)

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success