Odia poem, "Jalile Hinsaare"
ଜଳିଲେ ହିଂସାରେ ନୋହିବ କିଛିରେ
ଉଡିଯିବ ହଁଶାତୁମ୍ଭ,
ଅହଙ୍କାରେ ଯଦି ଫାଟି ପଡିବରେ,
ଭାଙ୍ଗି ଯିବ ସବୁ ଦମ୍ଭ,
ଦେଖୁଛ ସଂସାରେ ଜୀବିତ ଜରାରେ,
ମୃତ ଯୁବ ଯୁବା ଵାର,
କରୋନା ଆଣିଛି ବିଚିତ୍ର ସ୍ଥିଥିରେ,
ସଜାଗ ରୁହ ସତ୍ୱର.
ପଡିଛି ସମୟ ବୋଲି କହୁ ଅଛ
ବୃଥା ଆସ୍ଫାଳନ କରି,
ବୃଦ୍ଧ ବଂଚି ଥାଉ ଯୁବା ଯାଉ ଅଛି
ସମୟ ଯାଉଛି ସରି.
ଆଗୋ ଦୋଳିରସ ହୋଇ ଖସ ଖସ
କାହିଁକି ଖୋଳୁଛ ଖାତ?
କରୋନା ସମୟେ ହୁଏ ଯଦି କାଶ,
କିମାସେ ଦେବ ସେ ମାତ?
© Kumarmani Mahakul,31 July 2020. All rights reserved.
There is no need to burn yourself in jealousy. You should leave it and surrender before God. This poem is amazing to read.
This poem has not been translated into any other language yet.
I would like to translate this poem
ଆପଣଙ୍କ ଏହି ଚାତ୍ମତକର କବିତା ଟି ପଢ଼ିଲି. ଏହା ଏକ ଗମ୍ଭୀର ବିଷୟରେ ଲିଖିତ. ଆମ୍ଭେ ସମସ୍ତ ସାମାଜିକ ଦୂରତ୍ୱ ରକ୍ଷା କରି କରୋନା ଠାରୁ ଦୂରେଇ ରହିବା ଉଚିତ. କେହି କାହାକୁ ହିଂସା କରିବା ଉଚିତ ନୁହେଁ. ଏକ ଭଲ ସନ୍ଦେଶ ଆପଣ ଦେଇଛନ୍ତି. କବି ମହାଶୟ ଆପଙ୍କ ମୋର ସାଦାର ନମସ୍କାର.