କଅଂଳ ସକାଳର ସାଉଂଳିଆ ଖରା Poem by Debendra Majhi

କଅଂଳ ସକାଳର ସାଉଂଳିଆ ଖରା

ଧାନ ଉସୁନା ହାଣ୍ଡି ପରି
କଳା ବଉଦର ବାରାତ୍
ଠାର ମାରିଲେଣି
ବାମ୍ଫର ଭେଳl ସହ

ଘଡି ଘଡି ଗର୍ଜନ ଛାଡୁଛି
ଘଡ ଘଡିର କୁହାଟ
ଉଇ ହୁଂକାରୁ ଝଡ଼ ଝଡିଆ ପୋକ
ଆକାଶରେ ସାଉଂ ବାଉଂ ହେଲେଣି
ଝଡ ବରଷାର ଆଭାସ ନେଇ

କହିଥିଲ ଏମିତିକା ଝଡ ବତାସ ରାତିରେ
ବିଜୁଳିର ଝଲକ ନେଇ
ଆସିବ ବୋଲି

ଚିକିଟା ଖସରା ରାସ୍ତାରେ
ଗୋଡ ଚିପି ଚିପି
ଟିପ ମାଡି
ଝିଂଟିକାର ଝିଂ ଝିଂ ଗହଳରେ

ମାଣ୍ଡିଆ ଖେତ ସବୁ
ବରସରେ ବତୁରି ଗଲେଣି
କିଆରୀ କଣରେ
ବେଂଗିଲିର ରା ରା ବନ୍ଧ ହେଲାଣି
ଟେଂ ଟେଂଇଆ
ଟଣ୍ଟି ଫାଡି ଡାକ ପକେଇଲେଣି
କିଆବୁଦା ତଳୁ କୋକୀ ଶିଆଳ
ରଡି ଦେଲେଣି
ପାହାନ୍ତି ରାତିର ବାସନା
ଗଚ୍ଛ ଡାଳରୁ ମହକିଲାଣି

ବିଜୁଳିତ ଅଛି
ତମରତ ନା ଗନ୍ଧ ନାହିଁ
କେଉଁଠି ଅଟକି ଗଲାକି?
କାହାର ଆବେଗରେ ଆଶିଗଲନା କଣ?
ନା କାହା ଛନ୍ଦରେ ବାନ୍ଧି ହୋଇଗଲ! !

ବାପା ମାଆ ଛେଉଣ୍ଡ ପିଲାଂକୁ
ସହାନୁଭୁତିର ପେଖାଣ୍ଡି କରି
ନିଜର ଖାଂଟୀ ମାନବିକତା
କେଉଁଠି ପ୍ରମାଣିତ କରୁଚ୍ଛ?

ରାତିସାରା ବର୍ସା ହେଲେବି
କାଉଁଳିଆ ଆକାଶରେ
ଏକ କଅଂଲିଆ ସକାଳର
ଆଭାସ ଉଂକି ମାରୁଛି

ତୁମେ ଆସିବକି ନାହିଁ
ନୁଆ ସୁରୁଜ ଦିଶିବକି ନାହିଁ
ତାହା ମୁଂତ କହି ପାରିବିନି
କିନ୍ତୁ ଏହା ନିଶ୍ଚିତଯେ
ଏକ ସାଉଂଳିଆ ଖରା
ଆସିବା ଡେରି ନାହିଁ

Wednesday, January 10, 2018
Topic(s) of this poem: hope
POET'S NOTES ABOUT THE POEM
The poem describes the rain and thunder through out the night and hopes to see a tender morning and a wonderful skyline next day.Love and despair also figure in a peripheral way in the poem.
COMMENTS OF THE POEM
Bharati Nayak 03 February 2018

ଏହି ସୁନ୍ଦର ଓଡ଼ିଆ କବିତା ରେ ପ୍ରକୃତିର ବର୍ଣନା ସହ ଏକ ଅନ୍ତରଙ୍ଗତା ସ୍ୱର କବିତା ଟିକୁ ଆହୁରି ଜୀବନ୍ତ କରି ତୋଳିଛି . କବିତାରୁ ପଂକ୍ତି ଟିଏ ଉଦ୍ଧାର କରୁଛି ତୁମେ ଆସିବକି ନାହିଁ ନୁଆ ସୁରୁଜ ଦିଶିବକି ନାହିଁ ତାହା ମୁଂତ କହି ପାରିବିନି କିନ୍ତୁ ଏହା ନିଶ୍ଚିତଯେ ଏକ ସାଉଂଳିଆ ଖରା ଆସିବା ଡେରି ନାହିଁ

1 1 Reply
Debendra Majhi 04 February 2018

thank you poet for your appreciation. you seem to have a real feel of the intensity of intimacy reflected in the poem!

0 0
READ THIS POEM IN OTHER LANGUAGES
Debendra Majhi

Debendra Majhi

Odisha, India
Close
Error Success