ଚିନ୍ହାଅଚିନ୍ହା Poem by Debendra Majhi

ଚିନ୍ହାଅଚିନ୍ହା

ଫେରୁ ଅଛି ଆଜି
ଗାଆଁ ମୁହାଁ ହୋଇ
ଦୀର୍ଘ ବରସ ପରେ,

ଏକ କୋଟି ଟଂକା
ରମନଣୀୟ କୋଠା
ଅର୍ଜିକରୀ ସହରରେ l

ଚଲାପଥ ନାହିଁ
ପିଚୁ ରାସ୍ତାଟିଏ
ଲିଭାଇ ଦେଇଛି ପଥ,

ପାଦେ ଚାଲି ମାଡି
କନ୍ଟା କୁଇଲୀ
କରି ଥିଲୁ ଯେଉଁ ବାଟ l

ଢlକିଛି ଘାସର
ଅନାବନା ଡଂକ
ଖପରା ଡେଣୁଆ କାହିଁ,

ଚାଲିବାକୁ ମୋତେ
ମାଡିମାଡି ପଡେ
ଝୁନ୍ଟିବାକୁ ଡର ନାହିଁ l

ନଈ ଧାରେଧାରେ
କାଶତଣ୍ଡି କରେ
ନାହିଁ ସେ ବିଲୁଆଗାତ,

ନା ନଇରେ ପାଣି
ନା ଅଛି ମଶାଣି
ଅନାବାଦୀ କରସାତ l

"ବଢିଆ ବିଲଟା"
ଟାଂଗରା ପଡିଛି
ନାମକୁ ମାତ୍ର "ବଢିଆ",

କାହିଁ କାଂଟିବଗ
କୁଟୁରି ବା ଚେଂଗ
ନାହିଁ ସେ "ଭଜ ଗଢିଆ"l

"ବଈଦ ବଗିଚା"
ସବୁଜ ଗାଲିଚା
ଟାଂଗରା ଭୁଇଂ ଦିଶଇ,

ଆମ୍ବ ଗଚ୍ଛ କାହିଁ
ଧାପସାର ଗାର
ଦେଇଛି କିଏ ଲିଭାଇ l

ଚିନ୍ହେ ନାହିଁ ମୋତେ
ଏ ଗାଁଆରେ କେହି
ପାଦଚଲା ଚିନ୍ହ, ନାହିଁ,

ବରସ ବରସ
ସମୟର ଧାରା
ଦେଇଛି ସବୁ ଲିଭାଇ l

POET'S NOTES ABOUT THE POEM
native life in the distant past
COMMENTS OF THE POEM
READ THIS POEM IN OTHER LANGUAGES
Debendra Majhi

Debendra Majhi

Odisha, India
Close
Error Success