ରାତି ସାରା କଡଲେଉଟାଇ
ସକାଳୁ ଦେହ-ହାତ ଦରଜ
ତାଜା ଅଛି ହୃଦୟର କ୍ଷତ ଭରିନି ଏଵେ
ସ୍ମୃତିରେ ସ୍ପଷ୍ଟ ତୁମେ ଲିଭିନ ଏଵେ
ମୁଁ, ମୋ ସମୟ ଅଟକିଛୁ ବଢ଼ିନୁ ପାଦେ
ଆସୁନି ଆଉ ମୋ ତକିଆରୁ
ତୁମ ଭିଜା କେଶର ମହକ
ଯେ ଶୋଇ ପଡିଥାନ୍ତି ନିଘୋଡ ନିଦେ
This poem has not been translated into any other language yet.
I would like to translate this poem
କୋମଳ ବିଚ୍ଛେଦ ଲିଭିନି ଶେଯରୁ, ତକିଆରୁ ଶ୍ବେଦ ଗନ୍ଧ, ଆପଣା ହସ୍ତକ ଲେଉଟାଇ ଦେଖେ ହାତର ଦରଜ ବନ୍ଧ. ସ୍ମୃତିରେ ଲେଖିଛି ପ୍ରେମର ଫୁଗଣ ଗୀତ ରେ କେଶ ମହକ, ନିଦରେ ସିନା ଗୋ ଆସିଛି ସପନ ନିଦାଘେ ମେଘ ଚମକ. ************************************************ ନିଖୁଣ ଭାବରେ ଲିଖିତ ଚମତ୍କାର କବିତା ପଢି ଆମ୍ଭେ ରସିକ କବିଙ୍କ ପ୍ରେମ ଆନୁଭବ କଲୁ...୧୦..excellent.
ହା ହା! ! ସାର୍, କଣ କବିତା ରସ ବିହୀନ ହୋଇ ପାରିବ? ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କ ମତାମତ ପାଇଁ l ବହୁତ ସୁୁନ୍ଦର ହୋଇଛି ଆପଣଙ୍କ କବିତାଟି l ନମସ୍କର୍ _/\_