କଙ୍କାଳ କୋଠିର ଲାଲ୍ ବାଦଶାହ୍ Poem by Tapan Dixit

କଙ୍କାଳ କୋଠିର ଲାଲ୍ ବାଦଶାହ୍

ଚୋରା ଚାହାଁଣୀରେ ଯେଉଁଦିନ ତୁମେ
ନେଇଗଲ ଏଇ ହୃଦୟ ଲୁଟି
ପଳ ପଳ କାଟି ସ୍ମୃତିକୁ ସାଥି ମୁଁ
ଗଢ଼ିଛି କବିତା କଙ୍କାଳ କୋଠି,
ପୋଷାଏ ଲୁହରେ ଓଠକୁ ଭିଜାଇ
ସପନକୁ ଦେଇ ଅଶାର ଭେଟି
ଜହ୍ନ ବୁଡ଼ିଗଲେ ଛାତିକୁ ପିଟି ମୁଁ
ଖୋଜି ହେଉଥାଏ ତୁମେ କେଉଁଠି,
ଯେଉଁ ଚିଠି ତୁମେ କେବେବି ଲେଖିନ
କିଛି ଲୁହ କିଛି ହସ ସାଉଁଟି
ଫୁଙ୍କି ବଇଠି ର ବାସର ଦୀପଟା
ପଢିବସେ ତାକୁ ରାତିରେ ଉଠି,
କବିତା କଙ୍କାଳେଅତସୀ କୁସୁମ
ଝୁଲାଇ ଭୁଲାଇ ନିଜକୁ ଏଠି
(ମୁଁ)କଙ୍କାଳ କୋଠି ର ଲାଲ୍ ବାଦଶାହ୍
ନିତି ରଚୁଥାଏ ଶୂନ୍ୟ ଚଉଠି ।। 21.2.2019
ତପନ ଦୀକ୍ଷିତ(ବେଳା ଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

କଙ୍କାଳ କୋଠିର ଲାଲ୍ ବାଦଶାହ୍
Thursday, February 21, 2019
Topic(s) of this poem: love
POET'S NOTES ABOUT THE POEM
କଙ୍କାଳ କୋଠିର ଲାଲ୍ ବାଦଶାହ୍
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success