ଜହ୍ନ ବୁଡ଼ିଗଲେ Poem by Tapan Dixit

ଜହ୍ନ ବୁଡ଼ିଗଲେ

ଆଜିବି ସାଇତା ସେଇଦିନୁ ତୁମ
ସଜଳ ଆଖିର କଜଳ ଚିଠି
ଦେଇଥିଲ ଯାହା ପ୍ରଥମ ଦେଖାରେ
ଟିକେ ହସ ଟିକେ ଲାଜରେ ଭେଟି,
ଯେଉଁ ଚିଠି ତୁମେ କେବେବି ଲେଖିନ
ନିତି ପଢେ ତାକୁ ରାତିରେ ଉଠି
ଫୁଙ୍କି ବଇଠି ର ବାସର ଦୀପଟା
ନିତିରଚୁଥାଏ ଶୂନ୍ୟ ଚଉଠି,
କୋରା କାଗଜର ପିଠିରେ ଥୋଇ ମୁଁ
ତୁମ ପାଇଁ କିଛି କବିତା ଭେଟି
ଜହ୍ନ ବୁଡ଼ିଗଲେ ଛାତିକୁ ପିଟି ମୁଁ
ଖୋଜି ହେଉଥାଏ ତୁମେ କେଉଁଠି? ।। 21.2.2019
ତପନ ଦୀକ୍ଷିତ(ବେଳା ଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

ଜହ୍ନ ବୁଡ଼ିଗଲେ
Thursday, February 21, 2019
Topic(s) of this poem: lonely
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success