ବିରହ ର ବର୍ଣମାଳା: 10- ତୁମ ନଥିବା ର ବେଳା Poem by Subhas Chandra Chakra

ବିରହ ର ବର୍ଣମାଳା: 10- ତୁମ ନଥିବା ର ବେଳା

Rating: 5.0

ଏମିତିକା

ନିଆଁ ଲଗା ମୂହୁର୍ତ୍ତ ର ଛୁଆଁ

କାହିଁକି ଯେ ଆଜିକାଲି

ସହି ହେଉ ନାହିଁ।


ଆଗରୁ ତ

ତୁମକୁ ଭେଟିବା ପାଇଁ

କେତେ କେତେ ବାର

ଚାହୁଁଥିଲା ବେଳେ ମଧ୍ୟ

ଫେରିବା କୁ ପଡୁଥିଲା

ତମ ଘର ଦିଶୁଥିବା-

ଛକ ରାସ୍ତା, ଦୋକାନ ପାଖରୁ ।।



ତମକୁ ଭେଟିବା ଆଗୁ

ଖାଲି ମନ,

ଖାଲି ଛାତି,

ଭଙ୍ଗା ଭଙ୍ଗା ଅନ୍ତର ରେ

କେତେ ବାର ଏମିତିକା

ବିତିଥିଲା

ସଞ୍ଜ ଓ ସକାଳ-

ତୁମେ ମୋତେ ନିଜ ହାତେ ଲେଖା

ଚିଠି ଦେଇ, ରାଣ ଖୋଇ

ଡକାଇବା ଯାଏ

ତୁମ ତରଫ ରୁ ।।

ବିରହ ର ବର୍ଣମାଳା: 10- ତୁମ ନଥିବା ର ବେଳା
Thursday, December 14, 2017
Topic(s) of this poem: desire,heart love,longing,love and friendship
COMMENTS OF THE POEM
Tanaya Jena 02 March 2018

କେତେ ବାର ଏମିତିକା ବିତିଥିଲା ସଞ୍ଜ ଓ ସକାଳ- ତୁମେ ମୋତେ ନିଜ ହାତେ ଲେଖା ଚିଠି ଦେଇ, ରାଣ ଖୋଇ ଡକାଇବା ଯାଏ ତୁମ ତରଫ ରୁ ।। A romantic poem so nicely crafted. Thanks for sharing. 10++++++++++

0 0 Reply
Tanaya Jena 02 March 2018

କେତେ ବାର ଏମିତିକା ବିତିଥିଲା ସଞ୍ଜ ଓ ସକାଳ- ତୁମେ ମୋତେ ନିଜ ହାତେ ଲେଖା ଚିଠି ଦେଇ, ରାଣ ଖୋଇ ଡକାଇବା ଯାଏ ତୁମ ତରଫ ରୁ ।। A romantic poem so nicely crafted. Thanks for sharing.

0 0 Reply
Rajendra Rout 29 January 2018

ଆଗରୁ ତ  ତୁମକୁ ଭେଟିବା ପାଇଁ କେତେ କେତେ ବାର ଚାହୁଁଥିଲା ବେଳେ ମଧ୍ୟ ଫେରିବା କୁ ପଡୁଥିଲା ତମ ଘର ଦିଶୁଥିବା- ଛକ ରାସ୍ତା, ଦୋକାନ ପାଖରୁ ।। Hart touching poem shairing. sir i enjoy this poem 10++++

0 0 Reply
poet poet me poet plume 15 December 2017

SAD I CANNOT ENTER YAHOO SAYS NO THIS SITE IS NOT HTTPS/ IT IS HTTP.... ONLY

1 0 Reply
Ranjan Kumar Ghosh 15 December 2017

ତୁମକୁ ଭେଟିବା ପାଇଁ କେତେ କେତେ ବାର ଚାହୁଁଥିଲା ବେଳେ ମଧ୍ୟ nice poem Sir thanks for sharing a hrartful poem 10++++

0 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success