ତମ ଠାରେ
ଯାହା କିଛି
ଅଛି ସେ ମୋହର,
ଏମିତି ଲାଗୁଛି ଏବେ ସବୁବେଳେ,
ତମ ଠାରୁ ନାହିଁ ମୋର
ଲୁଚାଇବା ପାଇଁ
ଏବେ ଆଉ କିଛି କେତେବେଳେ ।।
ଦୁନିଆ ଆଖିରେ ତମେ
ଆଉ ଜଣେ ସିନା-
ମୋ ଆଖି ରେ
ତମେ ନୁହଁ ପର,
ତମକୁ ଦେଖିଲା ମାତ୍ରେ
ଲାଗୁଛି ଏମିତି
ସତେ ଅବା
ତମେ ସତେ
ଗୋଟାପୁଣି ମୋର-
ତୁମ ପରେ ରହିଚି ମୋ ଅବା
ଜନ୍ମ ଜନ୍ମ ଐକାନ୍ତିକ,
ନୀଳ ଅଧିକାର ।।
ତମେ ସତେ ଗୋଟାପୁଣି ମୋର- ତୁମ ପରେ ରହିଚି ମୋ ଅବା ଜନ୍ମ ଜନ୍ମ ଐକାନ୍ତିକ, ନୀଳ ଅଧିକାର ।। Beautiful aspect of love, so nice possessiveness described in an manner. Thanks Sir for the sharing.
This poem has not been translated into any other language yet.
I would like to translate this poem
ତମେ ସତେ ଗୋଟାପୁଣି ମୋର- ତୁମ ପରେ ରହିଚି ମୋ ଅବା ଜନ୍ମ ଜନ୍ମ ଐକାନ୍ତିକ, ନୀଳ ଅଧିକାର ।। Beautiful aspect of love, so nice possessiveness described in an manner. Thanks Sir for the sharing. 10+++++++++