ବିଶ୍ଵ ପଖାଳ ଦିବସ (Bishwa Pakhala Divasha) Poem by Kumarmani Mahakul

ବିଶ୍ଵ ପଖାଳ ଦିବସ (Bishwa Pakhala Divasha)

ବିଶ୍ଵ ପଖାଳ ଦିବସ (The World Water-Rice Day)
ତା: ୨୦.୩.୨୦୨୧ ଶନିବାର

ଆଜିତ ପଖାଳ ଦିବସ ମନେ ଆଣେ ହରଷ
ପଖାଳ ଖାଇବା ପାଇଁକି ମନେ କେଡ଼େ ଉଲ୍ଲାସ ।୧।

ସାଦା ପଖାଳଠୁ ବଳି କି ମଜା ଦହି ପଖାଳ
କଦଳୀ ଭଜାକୁ ଶାଗ ଖରଡା ଦିଅ ସହଳ ।୨।

ବାଇଗଣ ଭର୍ତା ବଡ଼ି ମିଶ୍ରିତ ଲାଗଇ ମଜା
ନାତି ନାତୁଣୀଙ୍କୁ ଗେହ୍ଲେଇ କହୁଥାଆନ୍ତି ଅଜା।୩।

ଖୁସି ମନେ ଚାଲେ ପଖାଳ ଖିଆ ତୋରାଣି ପିଆ
ସାଥୀ ହୋଇ ଥୋକେ ଖାଆନ୍ତି ଲାଗେ କେଡ଼େ ବଢିଆ ।୪।

ସ୍ନାନ ସାରି ଯେବେ ଭାଉଜ ଓ ନଣନ୍ଦ ଆସନ୍ତି
ପଖାଳ କଂସା କୁ ସାଥୀରେ ରଖି ଗେଲେ ଖାଆନ୍ତି ।୫।

ଆମ୍ବର ଚଟଣି ଅଥବା ପତଞ୍ଜଳି ଆଚାର
ଭେଣ୍ଡି ଝୁଣଗ ବା କଲରା ଭଜା କେଡ଼େ ସୁନ୍ଦର ।, ୬।

ଟମାଟୋ କାକୁଡି ସାଲାଡ୍ କୁ ପୋଟଳର କୁରୁମା
ଧନିଆ, ପୋଦିନା ପତ୍ରର ସ୍ଵାଦ ନାହିଁ ଉପମା ।୭।

ଯେତେ ଭଜା ସେତେ ଆଣଇ ମଜା ପଖାଳ ସାଥେ
ମୁଗ ବିରି ଡାଲିର ସ୍ଵାଦ ବଳେ ମାଆର ହାତେ ।୮।

କାନ୍ଦୁଲ ଡାଲମା ସାଙ୍ଗକୁ ଭଜା ପୁଷ୍ପ ଶାକର
କମ୍ବୁକମ, ମୁରଙ୍ଗୀ ଭଜା ଯହିଁ ବଡ଼ ଆଦର ।୯।

କି ଧନୀ ଗରୀବ କି ଜାତି ଖରା ମାଡ଼ି ଆସିଲେ
ପଖାଳର ସ୍ଵାଦ ଅମୃତ, ସୁଖେ ମନ ଚହଲେ ।୧୦।

ନେତା, ମନ୍ତ୍ରୀ, ଯନ୍ତ୍ରୀ ଓ ନେତ୍ରୀ ପାଳନ୍ତି ଏ ଦିବସ
ମୈତ୍ରୀ ଭାବ ପାଇଁ ପଖାଳ ହର୍ଷେ କରନ୍ତି ଗ୍ରାସ ।୧୧।

ଓଡ଼ିଶା, ଆସାମ, ପଶ୍ଚିମ ବଙ୍ଗ, ଛିଶଗଡ଼
ତାମିଲ୍ ନାଡୁ ରାଜ୍ୟ ପାଳନ୍ତି ନେଇ ନୂତନ ମୋଡ଼ ।୧୨।

ବିଶ୍ଵ ପଖାଳର ଦିବସ ବିଶ୍ୱବାସୀ ହେ ଶୁଣ
ପଖାଳ ଖାଇବା ସୁଖରେ ହେଜ ପ୍ରଭୁଙ୍କ ଗୁଣ ।୧୩।

ଟୀକା - କାନ୍ଦୁଲ - ହରଡ / ପୁଷ୍ପ ଶାକ - ଫୁଲକୋବି
କମ୍ବୁକମ୍ - ବନ୍ଧାକୋବି / ମୁରଙ୍ଗୀ - ସଜନା ଛୁଇଁ ।

© Kumarmani Mahakul,20 March 2021, all rights reserved.

Note: Poet Kumarmani Mahakul ranked # 149 on top 500 poets of the world on date 20 March 2021 on the day of Bishwa Pakhala Divasha (The World Water-Rice Day) and # 119 on top 500 poets of the world on date12 October 2020 as per information published in the World Poetry Database, Poem Hunter.

ବିଶ୍ଵ ପଖାଳ ଦିବସ (Bishwa Pakhala Divasha)
Saturday, March 20, 2021
Topic(s) of this poem: culture,food,october,poets
POET'S NOTES ABOUT THE POEM
Cover photo © Kumarmani Mahakul,27 June 2017, all rights reserved.
COMMENTS OF THE POEM
Bharati Nayak 20 March 2021

'Pakhala' is beneficial to health, particularly in hot climate it keeps the body cool.You have wonderfully delineated many Odia delicacies in this poem.Thank you for sharing.

0 0 Reply
Bharati Nayak 20 March 2021

It is a wonderful poem on 'Pakala Divas'-'Pakhala' is 'Watered rice ' that is prepared after adding water to cooked rice.It is a popular Odia food and people of Odisha eat Pakhala with fried vegetables, fishes, 'mashed potato, ''Badi', 'Sagabhaja' 'Baigan bharta etc.

0 0 Reply
Sylvia Frances Chan 20 March 2021

I add here the 5 Stars Full for this amazing poem.

0 0 Reply
Sylvia Frances Chan 20 March 2021

ଅଂଶୀଦାର ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ, ଏହି ଉତ୍କୃଷ୍ଟ କବିତା ପାଇଁ 5 ତାରକା, ତୁମ ଏବଂ ତୁମର ଚମତ୍କାର ପରିବାର ପାଇଁ ପ୍ରଚୁର ଭଗବାନଙ୍କ ଆଶୀର୍ବାଦ |

0 0 Reply
READ THIS POEM IN OTHER LANGUAGES
Kumarmani Mahakul

Kumarmani Mahakul

Gandam, Dist-Deogarh, Odisha, INDIA
Close
Error Success