ହେ ବରପୁତ୍ର ବାଘା ଯତୀନ (Freedom Fighter Mr. Bagha Jatin) Poem by Dr. Sada Bihari Sahu

ହେ ବରପୁତ୍ର ବାଘା ଯତୀନ (Freedom Fighter Mr. Bagha Jatin)

Rating: 5.0

ହେ ସଂଗ୍ରାମୀ ବାଘା ଯତୀନ,
ତୁମେ ଚୀର ସ୍ମରଣୀୟ, ଚୀର ବନ୍ଦନୀୟ
ତୁମ କର୍ମ ଦିଏ ତୁମକୁ ‘ବାଘା' ର ଉପନାମ
ଯା'କୁ ନେଇ ଆମେ ଗର୍ବିତ, ଆମେ ପ୍ରଫୁଲ୍ଲିତ

ବାଘ ପରି ସତ ସାହସ, ଲଢିବାକୁ ତୁମ ଉତ୍ସାହ
ଜନ ମାନସେ ଭାରି ଦିଏ ଏକ ନୂଆ ଚେତନା ଓ ଯୋଶ
ସଂଗ୍ରାମ କରି ଚାଲ, ଭୁଲି ତୁମ ସୁଖ, ସହଜ ଜୀବନର ବେଶ
ଓଠୋରେ ଖେଳେ ତୁମ ସ୍ମୃତି ହସ, ତଡିବାକୁ ଇଂରେଜୀର ସାମ୍ରାଜ୍ୟ
ସଂଘର୍ଷ ଜାରି ରଖ, ମୁକ୍ତ କରିବାକୁ ତୁମ ମାତୃଭୂମି, ତୁମ ଦେଶ
ହେ ପରପୁତ୍ର ବାଘା ଯତୀନ,
ତୁମେ ଚୀର ସ୍ମରଣୀୟ, ଚୀର ବନ୍ଦନୀୟ

ତୁମ ଚିନ୍ତାଧାରା "ମୁଁ ମରିବି ଦେଶକୁ ଜଗାଇବି"
ନେଇ ଆଣେ ଜନ ମଧେ ସଂଘର୍ଷ ଓ ଲଢିବାର ଯୋଶ
ଖାଲି କଥା ନୁହେଁ, କର୍ମରେ କରି ଦେଖାଇଲ ତୁମେ
ହେଇ ଲହୁ ଲୁହାଣ, ଦେଇ ତୁମ ପରାଣ
ହେସଂଗ୍ରାମୀ ବାଘା ଯତୀନ
ତୁମେ ଚୀର ସ୍ମରଣୀୟ, ଚୀର ପୂଜନୀୟ,

ଯୁଗେ ଯୁଗେ ମନେ ରହିବ ତୁମର ଏହି ବଳିଦାନ
ତୁମର ସେଇ ଗାଥା, କର୍ମମାନ ଆମ ଚାରି ପାସେ ବିଦାୟମାନ
ତୁମେ କେଉଁଠି ବର୍ତ୍ତମାନ, ହେ ବରପୁତ୍ର ହେ ବାଘା ଯତୀନ
କର ଆମକୁ ଆଶୀଷ, ପୁରି ଉଠୁ ଆମ ମନେ ସେଇ ସାହସ
ମିଟାଇବାକୁ ଏ ମାଟିରୁ ଇଂରାଜୀ ରୂପୀ କୁସଂସ୍କାର, ଭ୍ରଷ୍ଟାଚାରର କ୍ଲେଶ
ଆତୁର ହୋଇ କରୁ ଜଣାଣ, ହେଉ ତୁମ ବରଦାନ
ହେସଂଗ୍ରାମୀ ବାଘା ଯତୀନ
ତୁମେ ଚୀର ସ୍ମରଣୀୟ, ଚୀର ପୂଜନୀୟ
ଅମରତ୍ଵ ପାଇଛି ତୁମ ଜୀବନ

Friday, January 5, 2018
Topic(s) of this poem: freedom
POET'S NOTES ABOUT THE POEM
Poem is Odia language and talk about freedom fighter Shri Bagha Jatin.
COMMENTS OF THE POEM
Dr Dillip K Swain 19 January 2018

ଯୁଗେ ଯୁଗେ ମନେ ରହିବ ତୁମର ଏହି ବଳିଦାନ ତୁମର ସେଇ ଗାଥା, କର୍ମମାନ ଆମ ଚାରି ପାସେ ବିଦାୟମାନ ତୁମେ କେଉଁଠି ବର୍ତ୍ତମାନ, ହେ ବରପୁତ୍ର ହେ ବାଘା ଯତୀନ...A great tribute to ଓଡ଼ିଶାର ବରପୁତ୍ର ବିପ୍ଲବୀ ବୀର ବାଘା ଯତୀନ..Thanks for sharing dear Sada...10

2 0 Reply
Dr. Sada Bihari Sahu 19 January 2018

ଧନ୍ୟବାଦ ଦିଲୁ । ତୁମକୁ କବିତା ଟି ଭଲ ଲାଗିଲା । ଓଡିଶାର ବରପୁତ୍ର ବୀର ବାଘା ଯତୀନ ଙ୍କ ପାଇଁ ମୋ ତରଫରୁ ଏକ ଛୋଟ ଶ୍ରଦ୍ଧାଞ୍ଜଳି । ପ୍ରକୃତରେ ମୟୂରଭଞ୍ଜ ଜିଲ୍ଲାରେ ଯେଉଁଠି ଶହୀଦ ହୋଇଥିଲେ, ସେ ମାଟିରେ ମୁଁ ମୋର ବାଲ୍ୟକାଳ ବିତାଇଛି। ତେଣୁ କରି ଦି ପଦ ଲେଖି ଦେଲି।

0 0
Bharati Nayak 05 January 2018

ଓଡ଼ିଶାର ବରପୁତ୍ର ବିପ୍ଲବୀ ବୀର ବାଘା ଯତୀନ ଙ୍କ ଉଦ୍ଦେଶ୍ୟ ରେ ରଚିତ ଆପଙ୍କ ଏଇ କବିତା ଟି ଖୁବ ଚମତ୍କାର ହୋଇଛି l ଏହାର ଇଂରାଜୀ ଅନୁବାଦ ପ୍ରକାଶ କଲେ ବିଶ୍ୱ ଦରବାରରେ ବାଘା ଯତୀନ ଙ୍କ ନାମ ନିଶ୍ଚିତ ପରିଚୟ ଏବଂ ପ୍ରସିଦ୍ଧି ଲାଭ କରିବ l Thank you for this wonderful poem about Bagha Jatin , a great patriot and revolutionary from the soil of Odisha.

1 0 Reply
Sada Bihari Sahu 12 January 2018

Thank you very much Bharati Madam for your nice comments and encouragement. True he is one of greatest patriot and revolutionary from soil of Odisha. I will try to make it English.

0 0
Bharati Nayak 05 January 2018

ଓଡ଼ିଶାର ବରପୁତ୍ର ବିପ୍ଲବୀ ବୀର ବାଘା ଯତୀନ ଙ୍କ ଉଦ୍ଦେଶ୍ୟ ରେ ରଚିତ ଆପଙ୍କ ଏଇ କବିତା ଟି ଖୁବ ଚମତ୍କାର ହୋଇଛି l ଏହାର ଇଂରାଜୀ ଅନୁବାଦ ପ୍ରକାଶ କଲେ ବିଶ୍ୱ ଦରବାରରେ ବାଘା ଯତୀନ ଙ୍କ ନାମ ନିଶ୍ଚିତ ପରିଚୟ ଏବଂ ପ୍ରସିଦ୍ଧି ଲାଭ କରିବ l Thank you for this wonderful poem about Bagha Jatin , a great patriot and revolutionary from the soil of Odisha.

1 0 Reply
READ THIS POEM IN OTHER LANGUAGES
Close
Error Success