ଗୀତଞ୍ଜଳିର କବିତା(Gitanjalira Kabita -11) Poem by Bharati Nayak

ଗୀତଞ୍ଜଳିର କବିତା(Gitanjalira Kabita -11)

ଗୀତଞ୍ଜଳିର କବିତା -୧୧

ରୁଦ୍ଧ ମନ୍ଦିର କୋଠରୀ ଭିତରେ
ଖୋଜୁ ଥାଅ ହୋଇ ମୁଦ୍ରିତ ଚକ୍ଷୁରେ
ଯେଉଁ ଈଶ୍ୱରଙ୍କୁ
କରି ମନ୍ତ୍ର ସଂଗୀତ ଉଚ୍ଚାରଣ ଓ ଜପମାଳା ଧ୍ୟାନ
ଚକ୍ଷୁ ଖୋଲି ଦେଖ
ସେ ଈଶ୍ୱର ତୁମ ସମ୍ମୁଖରେ ନାହାନ୍ତି |

ସେ ଅଛନ୍ତି ସେଇ କ୍ଷେତ୍ରରେ
ଯେଉଁ ଠାରେ ଚାଷୀଟିଏ ଲାଗିଥାଏ
ତାର ଜମି କର୍ଷଣରେ
ଅବା ଗରିବ ଶ୍ରମିକ ଭାଙ୍ଗୁଥାଏ କଠୋର ଶିଳାଖଣ୍ଡ
ତିଆରିବାକୁ ରାସ୍ତାଟିଏ |

ସେ ଥାନ୍ତି ସେମାନଙ୍କ ଗହଣରେ
ଖରା ଏବଂ ବର୍ଷାରେ
ଧୂଳି ଧୂସରିତ ହୋଇଥାଏ ତାଙ୍କ ବସ୍ତ୍ର |
ତେଣୁ, ପୂଜା ମାଳା ଥୋଇ ଦେଇ
ଚାଲି ଆସ ଏଇ ଧୂଳିଭରା ମାଟିକୁ |

ଖୋଜୁଛ କି ମୋକ୍ଷ?
କେଉଁଠି ଥାଏ ସେ ମୋକ୍ଷ?
ଦେଖ, ଏଇ ଈଶ୍ୱର କିପରି
ଆନଂଦରେ ବରି ନେଇଛନ୍ତି
ଜଞ୍ଜାଳର ମୋହ!
ସେ ତ ଥାନ୍ତି ସଦା ଆମ ସହ |

ଧ୍ୟାନ -ତପ ଭିତରୁ ବାହାରି ଆସ
ଛାଡି ଦିଅ ପୁଷ୍ପ ଅବା ଧୂପ
କି ତଫାତ ଥାଏ
ଯଦି ତୁମେ ପିନ୍ଧିଥାଅ
ଛିନ୍ନ କି ମଳିନ ବସ୍ତ୍ର?
କଠିନ ଶ୍ରମ -କ୍ଲାନ୍ତ କପାଳରେ ତୁମର
ଯେବେ ଘର୍ମ ତରଳି ଆସୁଥିବ
ତୁମେ ତାଙ୍କ ନିକଟକୁ ଯାଅ
ତେବେ ତାଙ୍କୁ ଭେଟିବ ନିଶ୍ଚୟ |

ଅନୁବାଦ -ଭାରତୀ ନାୟକ, ଭୁବନେଶ୍ୱର |

POET'S NOTES ABOUT THE POEM
This is my Odia translation of Poem-11 of Gitanjali
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success