1.
ଘାଟା
ମୁଇଁ ଭି ପଢୁଛେ,
ପଢୁଛେଁ ଆରୁ
ଲିଖୁଛେଁ ଭି
ଯାହା ଭାବୁଛେଁ।
ଭାବବାରଥି
ଲିଖବାରଥି
ପଢବାରଥି
ନେଇଁ ନ
ଘାଟା କିଛୁ ।
ଘାଟା କାଣା
ରାହୁ ଗିଲୁ
କି ଗିଲୁ କେତୁ।
ଅଛେ କାଣା
କାହାର ପାଖେ
ଗାଁ ହଉ କି
ସହର ହଉ।
ରଖି ଥ ହେସବୁକେ
ସାଏତି କରି।
ଘାଟା ନେଇଁ
ଘାଟକେ ଠଁକେଇ ଥ,
ଜରୁରତ୍ ବେଲକେ
ଠାଡ ହେବ।
ଠାଡ ହେଲେ
ପାରବ ତ କହେବ
ପହଁଚିଲ କେନ୍ତା
ଏତକି ଅଁଧାରେ ଭି।
କେନ ପହଁଚିଲ
ଜଦରଭି କେନ ପଚରାବା
ଜାନିଛେଁ ବଲବ
ଆରୁ କହେବ,
ହେଲେ ସବୁ ବେକାର,
ଜେନଟା କହେବ
ପଦେ ଭି ନେଇଁ ମିଲେ
କାହାକେ ସତ୍ କଥା।
ସହର ହଉ।
ରଖି ଥ ହେସବୁକେ
ସାଏତି କରି।
ଘାଟା ନେଇଁ
ଘାଟକେ ଠଁକେଇ ଥ,
ଜରୁରତ୍ ବେଲକେ
ଠାଡ ହେବ।
ଠାଡ ହେଲେ
ପାରବ ତ କହେବ
ପହଁଚିଲ କେନ୍ତା
ଏତକି ଅଁଧାରେ ଭି।
କେନ ପହଁଚିଲ
ଜଦରଭି କେନ ପଚରାବା
ଜାନିଛେଁ ବଲବ
ଆରୁ କହେବ,
ହେଲେ ସବୁ ବେକାର,
ଜେନଟା କହେବ
ପଦେ ଭି ନେଇଁ ମିଲେ
କାହାକେ ସତ୍ କଥା।
2.
କେତୁଗ୍ରସ୍ତ କି
ରାହୁଗ୍ରସ୍ତ
ସେ କଥା ଛାଡ।
ଭାରି ଭୋକ,
ମୁଠେ ଖାଇବି
ଜଲଦି ବାଢ।
ଲାଲଦିଶୁ କି
ଦିଶୁ ହଳଦିଆ,
ଚନ୍ଦ୍ରଟା ଇ
ଗୋଳମାଳିଆ।
ମିଥୁନ ହେଉ
କି ମକର,
ଖାଅ ପିଅ ଶୁଅ
ସକାଳୁ ଦେଖିବା
କେମିତି ଦେହ।
ଶୋଇବା ପୂର୍ବରୁ
ଗୋଟିଏ ଚାମୁଚ
ତ୍ରିଫଳା ନିଅ।
ଅସୁବିଧା ନାଇଁ
କାହା କଥା
କାହାକୁ କୁହ ନାଇଁ।
ସତମିଛ ପରଖି
ରହ ସଳଖି।
ଏତେକଥାକୁ
ନାହିଁ ସମୟ।
ଗଲାଆସିଲାବେଳେ
କାହାର ଛାଇ
କୋଉଠି ପଡିଲା
ଆମର କି ହେଲା କହ!
ସେଥିରେ ମରିବ କି ଭୋକ?
ରକ୍ଷ ଆଉ ଭକ୍ଷ
ଉଭୟଙ୍କ ଭିତରେ ଯୁଦ୍ଧ
ଯୁଗକୁ ଯୁଗ।
ଏମିତି ଚାଲିଛି
ଆଉ ଚାଲିଥିବ
ଚନ୍ଦ୍ରଗ୍ରହଣ ଆଉ
ସୂର୍ଯ୍ୟପରାଗ।
ବଦଳୁଥିବ ଘଡିକୁ ଘଡି
ନାଁ ଗାଁ ପରିଚୟ ସହିତ
ସବୁଜ ନୀଳ ଲାଲରଙ୍ଗ।
ଲାଲଦିଶୁ କି ଦିଶୁ ହଳଦିଆ, ଚନ୍ଦ୍ରଟା ଇ ଗୋଳମାଳିଆ। ମିଥୁନ ହେଉ କି ମକର, ଖାଅ ପିଅ ଶୁଅ ସକାଳୁ ଦେଖିବା କେମିତି ଦେହ।........Beautiful poetic expression! A very nice piece of work dear poet....10
This poem has not been translated into any other language yet.
I would like to translate this poem
A great conglomeration of sociological viewpoint and lovely poetic attitude, well shuffled in the poem. Thanks for the sharing. 10+++