ଆମେ କ'ଣ ଜାଣିଛେ
ସେ ନାଲି ରଂଗର ମାଛ ପାଖକୁ ରାସ୍ତା?
ଦେଖିଛେ
ଶିକାରୀ, ଶ୍ବାନ ଓ ନିଆଁର ପଂଝାରୁ
ହରିଣୀକୁ ଉଦ୍ଝରିଥିବା ଅଦ୍ରୁଶ୍ଯ ଆର୍ତତ୍ରାଣଂକୁ?
ଗଳିରାସ୍ତାରେ ଆମର ଯିବା ଆସିବା।
ଚୁଟ୍କିରେ ଅଜାଡି ହୋଇ ପଡେ
ପାଦତଳେ ତମାମ ଐଶ୍ବର୍ୟ
ଆକାଶମୁହାଁ ହୁଏ
ଆମର ଦମ୍ଭ ଓ ଅହଂକାର।
ଆମେ କେବଳ ଖ୍ଯମା ମାଗିବା କଥା
ଆମର ଲାଗିଯାଇଥିବା ଆଖିପତା ପାଇଁ।
ଇତିହାସର ପେଟରେ
ଯୁଗ ଯୁଗର ଅଂଧାର
ଲୁହର ବରଫ ସ୍ତୁପ
କିଏ ଜାଣେ କେବେ କେଉଁ ରୂପ ନେବ!
ଆମେ ଯାହା ଚାହିଁଥିବା ଅପଲକ
ଅନ୍ଚରୀଖ୍ଯକୁ।
This poem has not been translated into any other language yet.
I would like to translate this poem
It is a very beautiful odia poem