ଉଠ ସଂଗ୍ରାମୀ, ଉଠ
ଦେଶ ଆଜି ଜଳୁଛି ହୁ ହୁ
ଦଙ୍ଗା, ହିଂସା ଓ ନିର୍ଯାତନାରେ
ପୀଡିତ ଏ ସଂସାର
ଲୁଚି ଯାଇଛି ଆଜି କେଉଁ କୋଣରେ
ସତ୍ୟ, ଅହିଂସା ଓ ସଦାଚାର
ମାନବ ସାଜିଛି ଆଜି ଦାନବ
ହଜି ଯାଇଛି ତାର ସୁଲଭ ଗୁଣ- ମାନବିକ
ମାୟାରୂପୀ ଅନ୍ଧକାରରେ ଖୋଜୁଛି- ଆଲୋକ
ଉଠ ସଂଗ୍ରାମୀ, ଉଠ
ତୁମେ ହିଁ ଆଣି ପାରିବ ତା ମନରେ ପରିବର୍ତ୍ତନ
ହିଂସାରୁ ଅହିଂସା, ଅସତ୍ୟରୁ ସତ୍ୟ ଓ ମୃତ୍ୟୁରୁ ଜୀବନ
This poem has not been translated into any other language yet.
I would like to translate this poem
ମାନବ ସାଜିଛି ଆଜି ଦାନବ ହଜି ଯାଇଛି ତାର ସୁଲଭ ଗୁଣ- ମାନବିକ -Very well written my dear friend Sada....10
Thank you very my dear friend Dillu for your appreciation and comments. You are one of my inspiration in poetic field.