ଶୀତ (The Winter) Poem by Dr. Sada Bihari Sahu

ଶୀତ (The Winter)

Rating: 5.0

ଥଣ୍ଡା, କାକର, କୁହୁଡି କୁ ନେଇ ମୁଁ ଆସିଛି ଶୀତ
ଗାଇ ବାକୁ ଏକ ସୁନ୍ଦର ଗୀତ
ଯେଉଁଠି ଥିବ ଆମୋଦ, ପ୍ରମୋଦ ଓ ସଙ୍ଗୀତ

ଧରା ପୃଷ୍ଠ ଆଜିକୁହୁଡିର ଶୁଭ୍ର ଚାଦରରେ ଆଚ୍ଛାଦିତ
କାକରବିନ୍ଦୁରେ ଚମକୁଛି ଗଛ, ଡାଳ ପତ୍ର
ଧାନ କିଆରୀରେ ଖେଳି ଚାଲେ ଲହରୀର ମଧୁର ସଙ୍ଗୀତ
ଶରୀର ଖୋଜେ କିଛି ଉଷ୍ମତା ରେଶମ ଯୁକ୍ତ
ମନ ଖୋଜେ କିଛି ଗରମମଯ ଖାଦ୍ୟ ଅବା ପାନୀଯଯୁକ୍ତ
ମୁଁ ଆସିଛି ଶୀତ ଗାଇବାକୁ ଏକ ସୁନ୍ଦର ଗୀତ

ପର୍ବ ପର୍ବାଣୀ କରି ଦିଏ ଆହୁରି ଆନନ୍ଦିତ
ହେଉ ପ୍ରଥମାଷ୍ଠମୀ, ବୋଇତ ବନ୍ଦାଣ,ମକର ସଙ୍କ୍ରାନ୍ତି ଅବା ମା ସରସ୍ଵତୀ ପୂଜିତ
ସଭିଙ୍କ ମନ ଥାଏ ଖୁସିରେ ପୁଲକିତ
ଗାଇ ଏକ ସୁମଧୁର ସଙ୍ଗୀତ ମୁଁ ଆସିଛି ଶୀତ

ଗେଣ୍ଡୁ ଫୁଲ ଗୋଭେ ଖୋସି କୁଆଁରୀସୁଶୋଭିତ
ଗାଇ ଚାଲେ ସୁମଧୁର ଗୀତ
ଦେଖ ଆସିଗଲା ଶୀତ

ଖରା, ବର୍ଷା, ଶୀତ- ଏକ ଜୀବନ ସୋପାନ
କରି ତାକୁଆଲିଙ୍ଗନ
ବଢି ଚାଲୁ ଏ ଜୀବନ
ଦେଇ ଆମ ଶ୍ରମ, ସେବା ଓ ଭଲ ପାଇବା କୁ ଦାନ

Saturday, January 6, 2018
Topic(s) of this poem: winter
POET'S NOTES ABOUT THE POEM
Poem is in Odia language and talk about the winter season.
COMMENTS OF THE POEM
Sada Bihari Sahu 10 January 2018

Thanks Dillu for your like and comments. It encourage me a lot.

0 0 Reply
Sada Bihari Sahu 10 January 2018

Thank you very much Bharati Madam for your comments and like.

1 0 Reply
Bharati Nayak 06 January 2018

ଖରା, ବର୍ଷା, ଶୀତ- ଏକ ଜୀବନ ସୋପାନ କରି ତାକୁଆଲିଙ୍ଗନ ବଢି ଚାଲୁ ଏ ଜୀବନ ଦେଇ ଆମ ଶ୍ରମ, ସେବା ଓ ଭଲ ପାଇବା କୁ ଦାନ - - - - A lovely poem about winter season and the co -relation between life and seasons, thanks for sharing.

1 0 Reply
Dr Dillip K Swain 06 January 2018

ଧରା ପୃଷ୍ଠ ଆଜିକୁହୁଡିର ଶୁଭ୍ର ଚାଦରରେ ଆଚ୍ଛାଦିତ କାକରବିନ୍ଦୁରେ ଚମକୁଛି ଗଛ, ଡାଳ ପତ୍ର ଧାନ କିଆରୀରେ ଖେଳି ଚାଲେ ଲହରୀର ମଧୁର ସଙ୍ଗୀତ -A fascinating poem my dear friend Sada....Enjoyed reading it....10

1 0 Reply
READ THIS POEM IN OTHER LANGUAGES
Close
Error Success