କବିତା ସହ ଦିନଟିଏ Poem by Bharati Nayak

କବିତା ସହ ଦିନଟିଏ

Rating: 5.0

କବିତା ସହ ଦିନଟି
ଥାଏ ପ୍ରେମ ଭରା
କାହିଁକି ନା
ଏଇ ଦିନ ସୂର୍ଯ୍ୟ ଝଲମଲ କରେ
କଳିଟିଏ ପାଖୁଡା ମେଲେ
ପକ୍ଷୀଟିଏ ଆକାଶକୁ ଡେଣା ମେଲି ଉଡ଼ିଯାଏ
ମୟୂର ପାଦରେ ନୃତ୍ୟର ଛନ୍ଦ ତୋଳେ
ଝରଣା କୂଳୁକୂଳୁ ଗୀତ ଗାଏ
ଏକ ମଧୁର ସୁଗନ୍ଧ
ଖେଳିଯାଏ ଚତୁଃର୍ଦିଗ
ହୃଦୟ ହୋଇଉଠେ
ସଂଗୀତମୟ |

This is a translation of the poem A Day With Poetry by Bharati Nayak
Saturday, April 3, 2021
COMMENTS OF THE POEM
Close
Error Success