ତୁ ଜଣେ ନାରୀ, ତୋତେ କଷ୍ଟ ସହ ଜୀଇଁବା ଶିଖିବାକୁ ପଡିବ
(ଜଣେ ଆଈମା ର ଉପଦେଶ)
ଝିଅଲୋ, ମନେ ରଖିଥା
ତତେ ଶିଖିବାକୁ ପଡିବ
କେମିତି କଷ୍ଟ ସହ ଜୀଇଁବାକୁ ହୁଏ |
ସବୁ ଦାନ ଦେଲା ପରେ, ଆଉ କିଛି ପରିଶିଷ୍ଟ ନ ଥିଲେ ମଧ୍ୟ
ତତେ, ଆହୁରି ଦେବାକୁ ହେବ |
କଲେଜ ଡିଗ୍ରୀ ବିଷୟରେ କଣ ଭାବନା କରୁଚୁ?
ତତେ ଶେଷରେ ସେଇ ଚୁଲି ମୁଣ୍ଡ କଡେଇ ତାୱା ପାଖକୁ ଯିବାକୁ ହେବ |
ତେଣୁ ସେଇ ରାନ୍ଧଣା ଭଲ ଭାବରେ ଶିଖି ଯା ଲୋ ଝିଅ
କେମିତି ସୁଗୃହିଣୀ ହୋଇ ବଳିଦାନ ଦେବାକୁ ହୁଏ, ଶିଖିଯା |
ତୁ କିଏ, ମୁଁ କିଏ,
ଆମେ ସବୁ ଛାର ଜୀବ |
ତୁ ଜଣେ ଝିଅ, କଷ୍ଟ ସହ କେମିତି ବଂଚିବାକୁ ପଡେ ତୋତେ ଶିଖିବାକୁ ହେବ
କେମିତି ପିଠାପଣା, ସିଙ୍ଗଡ଼ା, ଚଟଣି, ପଲାଉ କରିବାକୁ ହୁଏ, ସେଥିରେ ମାଷ୍ଟର ହେବାକୁ ପଡିବ
କାନ୍ଦ ମାଡ଼ୁଥିଲେ ବି ହସିବାକୁ ହେବ
ଏ ପୃଥିବୀ ତୋର ପରୀକ୍ଷା ନେବ
କେମିତି ଦୃଢ ରହିବୁ ଶିଖ |
ଯେତେବେଳେ ତୋର କିଛି ଭୁଲ ନଥିବ, ତଥାପି
ତୋତେ କ୍ଷମା ପ୍ରାର୍ଥନା କରିବାକୁ ହେବ
ତୁ ମୁଁ ପରା ଛାର ଜୀବ !
ତୁ ଜଣେ ଝିଅ, କଷ୍ଟ ସହ କେମିତି ବଂଚିବାକୁ ପଡେ ତୋତେ ଶିଖିବାକୁ ହେବ
ତୁ ଯେତେ, ଚାଲାକ, ଚତୁର, ସୁନ୍ଦର, ନମ୍ର ଆଉ ବିନାୟୀ ହୁଅ ନ| କାହିଁକି
ତୋ ସ୍ଥାନ କେଉଁଠି ଭଲ ଭାବରେ ଜାଣି ଯା, ତା ଠାରୁ ଅଧିକ କିଛି ଆଶା କରନା
ତୁ ମୁଁ ପରା ଛାର ଜୀବ !
ତୁ ଜଣେ ଝିଅ, କଷ୍ଟ ସହ କେମିତି ବଂଚିବାକୁ ପଡେ ତୋତେ ଶିଖିବାକୁ ହେବ
ପ୍ରସ୍ତୁତ ରହ, ନିଜକୁ କେମିତି ଲୁଚେଇ ରଖିବୁ
ଆଉ ତୋତେ ସେମାନେ ଯେଉଁ ଆଡେ କଢ଼େଇ ନେବେ, ସେଇ ରାସ୍ତାରେ ଚାଲିବୁ
ମନେ ରଖ, ବିବାହ ଦିନରେ ହିଁ ତୋ ଝିଅ ଜନ୍ମର ଅଧା ଧର୍ମ ପୂରଣ ହେଲା
ତୋ ସ୍ୱାମୀଙ୍କୁ କେବେ 'ନ|' କହିବୁ ନାହିଁ |
ତୋ ବିବାହ ଶେଜ କୁ ଯତ୍ନ କରୁଥିବୁ
ଜ|ଣ, ତୁ ମୁଁ ପରା ଛାର ଜୀବ !
ତୁ ଜଣେ ଝିଅ, କଷ୍ଟ ସହ କେମିତି ବଂଚିବାକୁ ପଡେ ତୋତେ ଶିଖିବାକୁ ହେବ
ତୋତେ ସେମାନେ ହତାଦର କରିବେ
କଷ୍ଟରେ ଛାତି କୋରି ହେଇଯିବ
ତଥାପି ସେମାନେ ତୋ ଠାରୁ ଅଧିକ ଆଶା କରିବେ
ସେଇଥିପାଇଁ ମୁଁ ବାରମ୍ବାର କହୁଛି,
ନିଶ୍ଚୟ ଶିଖ, କଷ୍ଟ ସହ କେମିତି ବଂଚିବାକୁ ପଡେ
ଜ|ଣ, ତୁ ମୁଁ ପରା ଛାର ଜୀବ !
ତୁ ଜଣେ ଝିଅ, କଷ୍ଟ ସହ କେମିତି ବଂଚିବାକୁ ପଡେ ତୋତେ ଶିଖିବାକୁ ହେବ
ପିଲାଙ୍କୁ ଭଲ ଭାବରେ ମଣିଷ କର
ଯଦିଓ ସେମାନେ ଦିନେ ତୋତେ ଛାଡି ଚାଲିଯିବେ |
ଆଉ କେବେବି ପଛକୁ ଫେରି ଚାହିଁବେନି |
ତୁ କିନ୍ତୁ ତୋର ସର୍ବସ୍ବ ଅଜାଡି ଦେ ଓ
ଆଲ୍ଲାଙ୍କ ହାତରେ ଆଉ ସବୁ ଛାଡି ଦେ |
ଜ|ଣ, ତୁ ମୁଁ ପରା ଛାର ଜୀବ !
ମୁଁ ଜଣେ ଝିଅ, ମୁଁ କଷ୍ଟସହ ବଂଚିବା ଶିଖି ଯାଇଛି
କିନ୍ତୁ, ମୋର କଷ୍ଟକୁ ନିର୍ମଳ ପ୍ରାର୍ଥନା ରେ ପରିଣତ କରି ଦେଇଛି
ଯେଉଁ ପୁରୁଣା ଆବର୍ଜନାକୁ ଏପର୍ଯ୍ୟନ୍ତ ମୁଣ୍ଡେଇ ଆସିଥିଲି
ତାକୁ ଏକ ପିଉପାରେ ପରିଣତ କରି ଦେଇଛି
ଆଉ ସେଇ ପିୟୁପା ଭିତରୁ
ଏକ ବାଘୁଆ ପ୍ରଜାପତି ଜନ୍ମ ନେବାକୁ ଯାଉଛି |
This poem has not been translated into any other language yet.
I would like to translate this poem