ଜନ୍ମଦିନ ପାଇଁ କବିତା ଟିଏ Poem by Bharati Nayak

ଜନ୍ମଦିନ ପାଇଁ କବିତା ଟିଏ

ଜନ୍ମଦିନ ପାଇଁ କବିତା ଟିଏ
କବି--ଟେଡ଼ କୂସେର (ଆମେରିକା)
ଓଡ଼ିଆ ମର୍ମାନୁବାଦ --ଭାରତୀ ନାୟକ (ଓଡିଶା, ଭାରତ)
ସିନ୍ଦୁରା ଫାଟି ଆସିଲାଣି
ଠିଆ ହୋଇଥିବା ଘଂଚକଳା ବୃକ୍ଷ ସେପଟେ
ସୂର୍ଯ୍ୟ ତାଙ୍କର ଲୋହିତ ମଥା ଟେକି
ବାଲତିଭରା ଆଲୋକ ସହ
କାହା ପାଇଁ ଅପେକ୍ଷା କରିଛନ୍ତି
ସାରା ଦିନ ତାଙ୍କର ଘାସ ପଡିଆରେ ବିତି ଯାଉଛି
ମୁଁ ମଧ୍ୟ ସାରା ଦିବସ
ସବୁଜ ମୁହୁର୍ତ୍ତ ମାନଙ୍କୁ ଗୋଟାଇ ବାରେ ଲାଗିଛି
ରାତ୍ରୀ ଆସିବା ପର୍ଯ୍ୟନ୍ତ
ଯେତେବେଳେ ମୋ ନାମ ର ଛୋଟ ଟିଣ -ଘଣ୍ଟିଟି ହଲାଇ ହଲାଇ
ମୁଁ ଧୀରେ ଧୀରେ ଅନ୍ଧକାରରେ ଲୁଚି ଯିବି |

COMMENTS OF THE POEM
READ THIS POEM IN OTHER LANGUAGES
Close
Error Success