ମୁଁଜୀବିତକି ମୃତ
ଆଶ୍ଚର୍ଯ୍ୟହୋଇ ପ୍ରଶ୍ନ କରେ ନିଜକୁ
ଆଜିଯାକେ ବସିଛି
ରୁଦ୍ଧ ଦ୍ୱାରନିବୁଜ କକ୍ଷେ
ଜୀବନ ଯାଇଛିବହି
ବାଟ ଭାଙ୍ଗି
ଅଣ୍ଡାଳୁଛିଜୀବନକୁ
ନିଜକୁ ନିଜେ ଚିମୁଟି
ବଂଚିଛିକି ନାହିଁ, ପରଖୁଛି
କେତେ ବାବଦଳିଛି
ମୁଁ କାଲିଠାରୁ, ନିଜକୁନିଜେପଚାରୁଛି
କାଲି ଥିଲି କାଠଚୁଲ୍ଲା ନିଆଁ ଧୂଆଁ
ଝାଡୁ ପୋଛାକନା
ଆଜି ବୋଧେଗ୍ୟାସଚୁଲି, ହିଟର
ୱାସିଂ ମେସିନଅବାଭ୍ୟାକମକ୍ଳୀନର
କାଲି ବୋଧେ ଯାଇଥିଲି
ଶଗଡ଼ ଗାଡ଼ିରେ ଶାଶୂଘର
ଆଜି ତ ମିଳିଯାଏ
ଆମ ଗାଁକୁମାଳ ମାଳମଟର
କାଲି କାଖେ ଧରିପାଣିଗରା
ଆଣୁ ଥିଲି ଗାଁ କୂଅରୁ ଜଳ
ଆଜି ଆମ ଘରେ ଲାଗିଛିଅନେକ ପାଣି କଳ
ଏଇ ଯେ ମୋ ପାଇଁ ତୁମେ ଲେଖି ଦେଇଛ
ଯେତେ ଯେତେରୁଟିନ
ଭାତମୁଠେପାଇଁ
ଜାଳ ଜୁଡ଼ିସଜାଡ଼ିବା ଠାରୁ
ଘରର ଯାବତୀୟ କାର୍ଯ୍ୟ କରୁ ଥାଏନୀରବରେ
ତଥାପିତ କେବେ କେମିତି
ଭୁଲ ଭଟକା ରେ
ଯଦି ଭାତପୋଡିଯାଏ
ଅବା ଉତୁରିଯାଏ କ୍ଷୀର
ଘର ସାରାତୁମେ ଫୋପାଡ଼ି ଦିଅ
ତୁମରପ୍ରଚଣ୍ଡ ରାଗ
ଆଉବର୍ଷିଯାଏ
ମୋ ଦୁର୍ବଳ ପିଠିରେ
ବିଧା ଚାପୁଡ଼ା ର ନିଶାଣ
ମୋ ପିଠିରଲାଲଦାଗ
ଲୋକ ଲଜ୍ଜା ଭୟେ
ପଣତ କାନିରେ ଭିଡିଧରି
ମୁଁ ନୀରବେ ଲୁହ ବର୍ଷିଦିଏ
ପୁଣି ଲାଗି ଯାଏ
ଶାବକ ଚଞ୍ଚୁରେ ଆହାର ଭରିବା ରେ
ତଥାପି ତ ତୁମ୍ଭେ ମାନେ
ଭୀଷଣ ଅସନ୍ତୁଷ୍ଟ
ମୋପାଇଁ ଯେଖରଚ କରୁଛ
ଦୁଇ ଓଳି ଦୁଇ ମୁଠାଭାତ
ଅବା ମୋର କସ୍ତା ଶାଡୀ ପାଇଁ
ଲାଗେ କେତେଧନ
ତାରହିସାବ କଷୁଛ.
ଏତେ ସବୁ ସତ୍ୱେ
ତୁମ୍ଭ ମାନଙ୍କର ଭାରି ଭୟ
କାଳେ ଶୁଣି ଦେବେ ସାଇପଡିଶାତୁମ କୀର୍ତି
ତୁମ ନିର୍ମଳ ମୂର୍ତ୍ତି ରେ ଲାଗିଯିବ
କଳା ଦାଗ
ଧରାପଡିଯିବାଭୟରେ
ତୁମ୍ଭେମାନେ ଜାକି ଦିଅ କନା ବିଣ୍ଡା
ମୋ ପାଟି ରେ, ଯେମିତି
ମୋଚିତ୍କାର ପଦାକୁ ନ ଫୁଟିବ
ବାନ୍ଧିଦିଅ ହାତଗୋଡ
ଯେମିତିକି, ଯନ୍ତ୍ରଣାରେ ବି
ଦେହହାତନ ଛାଟିବି
ନିଶ୍ୱାସଟିକକ ବାହାରି ଗଲା ବେଳେ
ବିଲକୁଲଶବ୍ଦ ନ ଶୁଭିବ!
A heart rending depiction has been made on the victim of a bride in present society. It may be cited... ତୁମ୍ଭ ମାନଙ୍କର ଭାରି ଭୟ କାଲି ଶୁଣି ଦେବେ ସାଇପଡିଶାତୁମକୀର୍ତି ତୁମ ନିର୍ମଳ ମୂର୍ତ୍ତି ରେ ଲାଗିଯିବ କଳା ଦାଗ ଧରାପଡିଯିବାଭୟରେ ତୁମ୍ଭେମାନେ ଜାକି ଦିଅକନାବିଣ୍ଡା ମୋପାଟି ରେ, ଯେମିତି ମୋଚିତ୍କାର ପଦାକୁ ନ ଫୁଟିବ ବାନ୍ଧିଦିଅ ହାତଗୋଡ.... Beautifful poem shared amazingly.10
ବଧୂ ହତ୍ୟା ଏବଂ ବଧୂ ନିର୍ଯାତନା ଏବେବି ଆମ ସମାଜର କଳଙ୍କ lକବିତାଟି ବହୁବର୍ଷ ତଳେ ଲେଖିଥିଲି ଓ ଛାଇ ବୋଲି ପତ୍ରିକା ରେ ପ୍ରକାଶିତ ହୋଇଥିଲା lଯେତେବେଳ ପର୍ଯ୍ୟନ୍ତ ନାରୀଟିଏ ସମାଜରେ ନିର୍ଯାତିତ ଆବସ୍ଥାରେ ଥିବ, ସେ ପର୍ଯ୍ୟନ୍ତ ସେ ସମାଜ କଦାପି ସଭ୍ୟ ବୋଲାଇ ପାରିବ ନହିଁ । ଆପଣଙ୍କ ସହୃଦୟ ମାତାମତ ପାଇଁ ଧନ୍ୟବାଦ ।
Hi Bharati, Very relevant subject. It is a matter of shame that such atrocities happen in our society even today. It is the mindset of the society that has to change. And our efforts should target the young generation too. May your words help guide at least one man away from the thinking that women are just objects of pleasure.. to view them as an equal human being with all rights as his.
Many thanks poet Unnikrishnan E.S. for stopping by and giving your comment.I feel so grateful for your encouragement in making English translation of my Odia poems.This poem I will surely make into English.This poem I had written long back and it was also published in a regional magazine namely 'Chhai'. As you said mindset of people has been changed very little .It pains me to see that even educated people's attitude towards women has not changed.
This poem has not been translated into any other language yet.
I would like to translate this poem
ଜୀବନ ଯାଇଛିବହି ବାଟ ଭାଙ୍ଗି ଅଣ୍ଡାଳୁଛିଜୀବନକୁ ନିଜକୁ ନିଜେ ଚିମୁଟି ବଂଚିଛିକି ନାହିଁ, ପରଖୁଛି Lovely poem Madam 10+++++for it