ପଞ୍ଚଭୂତ ର ଦ୍ରୌପଦୀ - 01 (Pancha Bhoota Ra Draupadi-001/Odia Poem) Poem by Subhas Chandra Chakra

ପଞ୍ଚଭୂତ ର ଦ୍ରୌପଦୀ - 01 (Pancha Bhoota Ra Draupadi-001/Odia Poem)

Rating: 5.0

ଜୀବନ ର

ଏ ଅମୋଘ ଯଜ୍ଞେ

ଆବିର୍ଭୂତା

ଯାଜ୍ଞସେନୀ

ମୁଁ ଯଜ୍ଞ-ସମ୍ଭୂତା ।।



କାମନା ର ମେଦିନି ବୁକୁ ରେ

ଆକାଂକ୍ଷା ର

ମାଂସ, ହାଡ, ଚର୍ମ ର ଜଙ୍ଗଲ,

ଜନ୍ମ ନିଏ ଅଗଣିତ

ରୂପ ହୀନ ବିକୃତି ର ଗୁଳ୍ମ,

ଅର୍ଥ ହୀନ ଲାଳସା ର ତୃଣ ।



ଅହଂକାର ଅଶୁଭ ଶଙ୍ଖ କୁ

ଅସହାୟ, ଚପଳ ତାରୁଣ୍ୟ

ଅସମୟେ କରେ ଆମନ୍ତ୍ରଣ ।।



ଅସୀମିତ କ୍ଷମତା ର,

ଅଯାଚିତ ସମ୍ପଦ ର-

ଉତ୍ତର ଦାୟାଦ-


କରେ ପ୍ରତ୍ୟାଖାନ

ବାଲ୍ୟ ସ୍ମୃତି ବିଜଡିତ

ପ୍ରତିଜ୍ଞା ର ଫଳ ଅବାସ୍ତବ

ଅସ୍ୱୀକାରେ ସାମ୍ରାଜ୍ୟ ର ବିଭାଜନ-

ସମ୍ରାଟ ଦ୍ରୁପଦ ।।


ପ୍ରତାରିତ ଦ୍ରୋଣ ର ଆତ୍ମା ରେ

ସୀମାହୀନ, ବିଷାକ୍ତ ଦଂଶନ-

ହୃଦୟ ରେ କୁଣ୍ଡଳୀ ଲଗାଏ

ପ୍ରତିଶୋଧ ବାସନା ର

କାଳ ଅଜଗର-

ଗ୍ରାସିବା କୁ ଦ୍ରୁପଦ ର

ରାଜ୍ୟ, ଧନ, ଯଶ, ଖ୍ୟାତି,

ମାନ ଆଉ ସମ୍ଭ୍ରାନ୍ତ ସପନ ।।

ପଞ୍ଚଭୂତ ର ଦ୍ରୌପଦୀ - 01 (Pancha Bhoota Ra Draupadi-001/Odia Poem)
Wednesday, November 22, 2017
Topic(s) of this poem: elements,humanism,queen,sacred heart,sacrifice,universe
POET'S NOTES ABOUT THE POEM
Draupadi was the queen, most talked of in the MAHABHARATA era. The story of her days of distress, of loneliness, of intolerant humiliations, of the rape of her dignity as a woman is little understood in the after years. In this series I have the intention of giving a little twist to the same story, if Lord SriKrishna so desires, so as to render a new way of looking at her greatness and a deeper introspection.
I wish poetic tolerance from my readers and fellow poets.
COMMENTS OF THE POEM
Sonali Parida 26 November 2017

ପ୍ରତିଶୋଧ ବାସନା ର କାଳ ଅଜଗର- ଗ୍ରାସିବା କୁ ଦ୍ରୁପଦ ର ରାଜ୍ୟ, ଧନ, ଯଶ, ଖ୍ୟାତି, ମାନ ଆଉ ସମ୍ଭ୍ରାନ୍ତ ସପନ ।। Would love to read a new series sir. 10+++

0 0 Reply
Prativa Rani 23 November 2017

ପ୍ରତିଶୋଧ ବାସନା ର କାଳ ଅଜଗର- ଗ୍ରାସିବା କୁ ଦ୍ରୁପଦ ର ରାଜ୍ୟ, ଧନ, ଯଶ, ଖ୍ୟାତି, ମାନ ଆଉ ସମ୍ଭ୍ରାନ୍ତ ସପନ ।। Beautiful poem.thanks for sharing sir.10++++

1 0 Reply
Kshirod Kumar Dehury 22 November 2017

Beautifull poem.thanks for sharing sir.10+++++

2 0 Reply
Alina Kaikeyi 22 November 2017

ପ୍ରତିଶୋଧ ବାସନା ର କାଳ ଅଜଗର- ଗ୍ରାସିବା କୁ ଦ୍ରୁପଦ ର ରାଜ୍ୟ, ଧନ, ଯଶ, ଖ୍ୟାତି, ମାନ ଆଉ ସମ୍ଭ୍ରାନ୍ତ ସପନ ।। Would love to read a new series sir. Keep it up. 10++++ for this lovely creation.

4 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success