ତମେ ଏବେ
ଧୂଆଁଳିଆ ଅସ୍ପଷ୍ଟତା
ଅତୀତ ଓ ଦୂର ଚକ୍ରବାଳ ପରି,
କୋହ ମୋହ ଶୂନ୍ୟତା ରେ
ଅବଶୋଷ, ମିଳନ ତୃଷ୍ଣା ରେ
ଅହରହ ଛଟପଟ,
ଆଖି ଦୁଇ-
ଅବିଭକ୍ତ
ଇଚ୍ଛା ରେ ବିଭୋର
ବେଦନାକ୍ତ, ଲୁହ ଟଳମଳ
ଦୁଇ ଫାଳଯନ୍ତ୍ରଣାକ୍ତ
ଅପରିପୂର୍ଣତା,
ଅଧା ଗଢା ସ୍ୱପ୍ନ ର ଶରୀର
ଯୋଡି ହୁଏ ।
ମୁଁ ତୁମକୁ
ନ ଖୋଜିବି ଏତେ ପାଶେ ପାଏ,
ବିରହ ର ଫର୍ଦ ଫର୍ଦ ମେଘ
ପ୍ରଣୟ ର ବର୍ଷା ହୋଇ
ଝରି ଝରି ଯାଏ।।
ଦୂର ସେଇ
ଧୂମାଭ ଦିଗନ୍ତେ
ନିରାଶା ର ବାଦଲ ଭିତରୁ
ଝରିପଡେ ସୂରୁଯ କିରଣ
ନାଲି ଟୁକୁ ଟୁକୁ
ସାଧବ ବହୁ ରଙ୍ଗ ର
ଛିଟ ଶାଢୀ କାନି ରେ କାନି ରେ ।।
ପ୍ରଣୟ ର ବର୍ଷା ହୋଇ ଝରି ଝରି ଯାଏ।। ଦୂର ସେଇ ଧୂମାଭ ଦିଗନ୍ତେ ନିରାଶା ର ବାଦଲ ଭିତରୁsir what a nice poem I really enjoy your poem 10++++++
ପ୍ରଣୟ ର ବର୍ଷା ହୋଇ ଝରି ଝରି ଯାଏ।। ଦୂର ସେଇ ଧୂମାଭ ଦିଗନ୍ତେ ନିରାଶା ର ବାଦଲ ଭିତରୁ.. sir, what a nice poem! I really enjoy your poem.
ସଜଳ ବାରିଦେ କଜଳରେ ଭରା ଶ୍ରାବଣ ଆଖିରେ ଲୁହ ଅବନୀ ମେଦିନୀ ପ୍ରଣୟରେ ରତ ବାରିଧିରୁ ଓଠେ କୋହ।।ବେଳାଭୂମି
ଦୂର ସେଇ ଧୂମାଭ ଦିଗନ୍ତେ ନିରାଶା ର ବାଦଲ ଭିତରୁ.. sir, what a nice poem! Thanks. 10++++++++++
ଦୂର ସେଇ ଧୂମାଭ ଦିଗନ୍ତେ ନିରାଶା ର ବାଦଲ ଭିତରୁ.. sir, what a nice poem! Thanks.
ପ୍ରଣୟ ର ବର୍ଷା ହୋଇ ଝରି ଝରି ଯାଏ।। ଦୂର ସେଇ ଧୂମାଭ ଦିଗନ୍ତେ ନିରାଶା ର ବାଦଲ ଭିତରୁ.. sir, what a nice poem! I really enjoy your poem. 10+++++++++++++
This poem has not been translated into any other language yet.
I would like to translate this poem
ମୁଁ ତୁମକୁ ନ ଖୋଜିବି ଏତେ ପାଶେ ପାଏ, ବିରହ ର ଫର୍ଦ ଫର୍ଦ ମେଘ ପ୍ରଣୟ ର ବର୍ଷା ହୋଇ ଝରି ଝରି ଯାଏ।। Wow Sir, you are a real poet fit to write love poems for us. 10++++