ତୁମକୁ ଭେଟିବା ପରେ-055 (Tumaku Bhetiba Pare-55/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-055 (Tumaku Bhetiba Pare-55/Odia Poem)

Rating: 5.0

ସୂର୍ଯ୍ୟାସ୍ତ ର ରଂଗ ଅପରୂପ,
ଆଜିଥିଲା ଅବଶ, ଉଦାସ,
ତୁମ କିଛି କ୍ଷଣ ପୂର୍ବ ସ୍ପର୍ଶ
ଭରିଥିଲା ଏ ସାରା ଆକାଶ..

ତମେ ଥିଲ ଅଳପ ଦୂର ରେ,
ସଞ ଆସୁଥିଲା ନଇଁ ନଇଁ,
ମୁଁ ଥିଲି ସେ ରାସ୍ତା ର ଧାର ରେ,
ଯାହା ଆସେ ତୁମ ଘର ଛୁଇଁ...

ସୂର୍ଯ୍ୟ ତାଙ୍କ ଅବିର ଆଖି ରେ,
ରହିଥିଲେ ତୁମ ଆଡେ ଚାହିଁ,
ତୁମ ନୀଳ ରୂପ ର ଲାବଣ୍ୟ-
ଦେଖୁଥିଲି କଣେଇଁ କଣେଇଁ...

ବାର ବାର ତୁମ ଘର ଆଡେ,
ଚାହିଁବା କୁ ଇଚ୍ଛା ହେଉଥିଲା,
ତୁମ ଆଖି ଚାହାଣୀ ନୀଳ ରେ,
ଭିଜିବା କୁ ମନ ବଳୁଥିଲା...

ତୁମକୁ ଭେଟିବା ପରେ-055 (Tumaku Bhetiba Pare-55/Odia Poem)
Wednesday, October 11, 2017
Topic(s) of this poem: longing,love
COMMENTS OF THE POEM
Prativa Rani 13 October 2017

ବାର ବାର ତୁମ ଘର ଆଡେ, ଚାହିଁବା କୁ ଇଚ୍ଛା ହେଉଥିଲା, ତୁମ ଆଖି ଚାହାଣୀ ନୀଳ ରେ, ଭିଜିବା କୁ ମନ ବଳୁଥିଲା... lovely poem.10

2 0 Reply
D Priyanka Singh 13 October 2017

ବାର ବାର ତୁମ ଘର ଆଡେ, ଚାହିଁବା କୁ ଇଚ୍ଛା ହେଉଥିଲା, ତୁମ ଆଖି ଚାହାଣୀ ନୀଳ ରେ, ଭିଜିବା କୁ ମନ ବଳୁଥିଲା... Lovely, Romantic.10+++

2 0 Reply
Lopamudra Kajolika 12 October 2017

ତମେ ଥିଲ ଅଳପ ଦୂର ରେ, ସଞ ଆସୁଥିଲା ନଇଁ ନଇଁ, ମୁଁ ଥିଲି ସେ ରାସ୍ତା ର ଧାର ରେ, ଯାହା ଆସେ ତୁମ ଘର ଛୁଇଁ... lovely poem. 10+++

3 0 Reply
Biswa Ranjan Nayak 12 October 2017

ସୂର୍ଯ୍ୟ ତାଙ୍କ ଅବିର ଆଖି ରେ, ରହିଥିଲେ ତୁମ ଆଡେ ଚାହିଁ, ତୁମ ନୀଳ ରୂପ ର ଲାବଣ୍ୟ- ଦେଖୁଥିଲି କଣେଇଁ କଣେଇଁ... Great poem.10++

3 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success