ତୁମ ସ୍ୱର ଶୁଭିଯାଏ
ନଇ ଆରପାରୁ
ସମୟ ର ତାଳବଣ
ବରଡା ଫାଙ୍କ ରୁ ।
ବାରମ୍ବାରଖାଲି ହାତେ
ପେରିଥିବା ନିଲଠା ଜହ୍ନ ରାତି
ଆଉ ବାରମ୍ବାରଭାଙ୍ଗିଥିବା
ବେସୁରା ବଂଶୀ ର
ଶୁଖିଲା ଓଠ ସ୍ୱର ରେ
ତମ କଅଁଳ ଡାକରା ର
ନରମ ଆମନ୍ତ୍ରଣ-
ତମ ଅଶ୍ରୁଳ ବିଦାୟ ର ଗୀତ ।।
ବାସୀ ମଡା ଆଖି ଲୁହ-
ବରଫ ବିନ୍ଦୁ ପରି
ମୋ ଛାତି ର ଅଶୁଣା ସ୍ପନ୍ଦନ ।
ବିଧବ କପାଳ ର
କଳା କଳା ଆକାଶ ରେ
ସିନ୍ଦୁରିତ, ଅସହାୟ,
ଅଧା ଗଢା ଭଙ୍ଗା ଚୁଡି
ଖନ ଖନ ସ୍ୱର ଶୁଭିଯାଏ ।।
ସମୟ ର ତାଳ ବଣ
ବରଡା ଫାଙ୍କ ରୁ
ମରଣ ର ନଈ ଆରପାରୁ
ତୁମ ସ୍ୱର, କଅଁଳିଆ
ଡାକ ଶୁଭିଯାଏ ।।
ସମୟ ର ତାଳ ବଣ ବରଡା ଫାଙ୍କ ରୁ ମରଣ ର ନଈ ଆରପାରୁ ତୁମ ସ୍ୱର, କଅଁଳିଆ ଡାକ ଶୁଭିଯାଏ ।। A very beautiful poem, so nicely longed for. 10+++
ବାସୀ ମଡା ଆଖି ଲୁହ- ବରଫ ବିନ୍ଦୁ ପରି ମୋ ଛାତି ର ଅଶୁଣା ସ୍ପନ୍ଦନ । Lovely line in the poem, great sharing. 10++++
This poem has not been translated into any other language yet.
I would like to translate this poem
ଆଉ ବାରମ୍ବାରଭାଙ୍ଗିଥିବା ବେସୁରା ବଂଶୀ ର ଶୁଖିଲା ଓଠ ସ୍ୱର ରେ ତମ କଅଁଳ ଡାକରା ର ନରମ ଆମନ୍ତ୍ରଣ- ତମ ଅଶ୍ରୁଳ ବିଦାୟ ର ଗୀତ ।। A lyrical presence of the beloved is often heard from beyond the mundane landscapes, the heart beats and sings a new tune, to the music of unheard songs. Beautiful poem shared.