ଚିହ୍ନା ଚିହ୍ନା ଆଖିପତା ତଳେ -13 (Chinha Chinha Akhi Pata Tale - 13/ Odia Poem) Poem by Subhas Chandra Chakra

ଚିହ୍ନା ଚିହ୍ନା ଆଖିପତା ତଳେ -13 (Chinha Chinha Akhi Pata Tale - 13/ Odia Poem)

Rating: 5.0

ତମ ଆଖି

ଚାହାଣୀ ର ଭିଜା ଗାଲିଚା ର

ଅନୂଢ ଛୁଆଁ ରେ

ମୋ ଭିତର ହୋଇ ଯାଏ

ମହମହ ବାସ୍ନା ମୟ,

ମୋ ଛାତି ର ଅନ୍ଧାର ଆକାଶେ

ଫୁଟିଯାଏ ତାରା ଫୁଲ

ତମ ଭସା ଭସା ଚାହାଣୀ ର ।।


ତମ ଆଖି

ଛୁଇଁ ଛୁଇଁ ଯାଏ

ମାଟି ରୁ ଆକାଶ ଯାଏ

ମୋ ଭିତର, ମୋ ବାହାର

ବିନ୍ଦୁ ବିନ୍ଦୁ ସମଗ୍ର ଅସ୍ତିତ୍ୱ-

ହୋଇ ଯାଏ ଏକାକାର

ଦେହ ମନ ଅନ୍ତର ର

ସବୁ ରୂପ, ଆକାର ର ବିଶ୍ୱ ।।

ତମ ଆଖି କି କିମିଆ କରେ...

ଲାଜ ଆଉ ସଂକୋଚ ର

ସବୁତକ ଶୁଖିଲା ପତର

ଜଳିଯାଏ ନିମିଷକେ,

ଆଖି ପଲକ ରେ।।

Monday, March 19, 2018
Topic(s) of this poem: eyes,looks,love and art,love and dreams,love and friendship,love and life
COMMENTS OF THE POEM
Bhagabat Prasad Hotta 14 November 2018

So so beautiful poem that makes me so happy....so nice poem sir.... ...

0 0 Reply
Rajendra Rout 31 October 2018

ଲାଜ ଆଉ ସଂକୋଚ ର ସବୁତକ ଶୁଖିଲା ପତର ଜଳିଯାଏ ନିମିଷକେ, ଆଖି ପଲକ ରେ।। Lovely poem shared I enjoy this poem 10+++

0 0 Reply
Prativa Rani 19 March 2018

ଲାଜ ଆଉ ସଂକୋଚ ର ସବୁତକ ଶୁଖିଲା ପତର ଜଳିଯାଏ ନିମିଷକେ, ଆଖି ପଲକ ରେ।। Lovely poem shared sir. Thanks for sharing. 10++++++++++

2 0 Reply

Thanks dear Rani, Thanks for the lovely remarks and the great words of encouragement

0 0
Prativa Rani 19 March 2018

ଲାଜ ଆଉ ସଂକୋଚ ର ସବୁତକ ଶୁଖିଲା ପତର ଜଳିଯାଏ ନିମିଷକେ, ଆଖି ପଲକ ରେ।। Lovely poem shared sir. Thanks for sharing.

2 0 Reply

Dear Rani, Thanks for the lovely remarks and the great words of encouragement

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success