ଚିହ୍ନା ଚିହ୍ନା ଆଖିପତା ତଳେ -13 (Chinha Chinha Akhi Pata Tale - 13/ Odia Poem) Poem by Subhas Chandra Chakra

ଚିହ୍ନା ଚିହ୍ନା ଆଖିପତା ତଳେ -13 (Chinha Chinha Akhi Pata Tale - 13/ Odia Poem)

Rating: 5.0

ତମ ଆଖି

ଚାହାଣୀ ର ଭିଜା ଗାଲିଚା ର

ଅନୂଢ ଛୁଆଁ ରେ

ମୋ ଭିତର ହୋଇ ଯାଏ

ମହମହ ବାସ୍ନା ମୟ,

ମୋ ଛାତି ର ଅନ୍ଧାର ଆକାଶେ

ଫୁଟିଯାଏ ତାରା ଫୁଲ

ତମ ଭସା ଭସା ଚାହାଣୀ ର ।।


ତମ ଆଖି

ଛୁଇଁ ଛୁଇଁ ଯାଏ

ମାଟି ରୁ ଆକାଶ ଯାଏ

ମୋ ଭିତର, ମୋ ବାହାର

ବିନ୍ଦୁ ବିନ୍ଦୁ ସମଗ୍ର ଅସ୍ତିତ୍ୱ-

ହୋଇ ଯାଏ ଏକାକାର

ଦେହ ମନ ଅନ୍ତର ର

ସବୁ ରୂପ, ଆକାର ର ବିଶ୍ୱ ।।

ତମ ଆଖି କି କିମିଆ କରେ...

ଲାଜ ଆଉ ସଂକୋଚ ର

ସବୁତକ ଶୁଖିଲା ପତର

ଜଳିଯାଏ ନିମିଷକେ,

ଆଖି ପଲକ ରେ।।

Monday, March 19, 2018
Topic(s) of this poem: eyes
COMMENTS OF THE POEM
Bhagabat Prasad Hotta 14 November 2018

So so beautiful poem that makes me so happy....so nice poem sir.... ...

0 0 Reply
Rajendra Rout 31 October 2018

ଲାଜ ଆଉ ସଂକୋଚ ର ସବୁତକ ଶୁଖିଲା ପତର ଜଳିଯାଏ ନିମିଷକେ, ଆଖି ପଲକ ରେ।। Lovely poem shared I enjoy this poem 10+++

0 0 Reply
Prativa Rani 19 March 2018

ଲାଜ ଆଉ ସଂକୋଚ ର ସବୁତକ ଶୁଖିଲା ପତର ଜଳିଯାଏ ନିମିଷକେ, ଆଖି ପଲକ ରେ।। Lovely poem shared sir. Thanks for sharing. 10++++++++++

2 0 Reply

Thanks dear Rani, Thanks for the lovely remarks and the great words of encouragement

0 0
Prativa Rani 19 March 2018

ଲାଜ ଆଉ ସଂକୋଚ ର ସବୁତକ ଶୁଖିଲା ପତର ଜଳିଯାଏ ନିମିଷକେ, ଆଖି ପଲକ ରେ।। Lovely poem shared sir. Thanks for sharing.

2 0 Reply

Dear Rani, Thanks for the lovely remarks and the great words of encouragement

0 0
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success